ମାଣ୍ଡୋସିଲଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଣ୍ଡୋସିଲଠାରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ୱାବଧାନରେ ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା ସମାଜ ସେବା କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା ଫିତା କାଟି ଉଦ୍‌ଘାଟନ କରିଥିଲେ । ପରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀମାନେ ନିଜେ ଝାଡୁ ଧରି ଗାଁରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପାଇକମାଳ ବ୍ଲକ ଚେୟାରମେନ ଶ୍ରୀମତୀ ଭାବନା ସିଂ ଓ ମାଣ୍ଡୋସିଲ ଗ୍ରାମ୍ୟ କମିଟି ସଭାପତି ଧନ ସିଂ ପଟେଲ ଉଦ୍‌ଘାଟନ କରିଥିଲେ । ପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ଗାଁ ପରିକ୍ରମା କରି ଗାଁ ମଝି ଜଗନ୍ନାଥ ମନ୍ଦିରଠାରେ ବାଲ୍ୟ ବିବାହ, ଯୌତୁକ ନିର୍ଯ୍ୟାତନା ଓ ନିଶା ନିବାରଣ ଉପରେ ଆଧାରିତ ହସ ଲୁହ କାନ୍ଦ ଭରା ସମ୍ବଲପୁରୀ ପଥପ୍ରାନ୍ତ ନାଟକ ‘ଅନିଏ’ ମଞ୍ଚସ୍ଥ ହୋଇଥିଲା । ନାଟକକୁ ନାଟ୍ୟରତ୍ନ ପ୍ରାପ୍ତ ଯୁବ ନାଟ୍ୟକାର ଲଳିତ ଜଗତ ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୁରେନ ପାତ୍ର କରିଥିଲେ । ନାଟକ ପରିବେଷଣ କରିଥିଲେ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ଅଧ୍ୟାପକ ତେଜ ରାଜ ସାହୁ, ପରମେଶ୍ୱର ସାହୁ, ବୈବସୂତ ପ୍ରଧାନ, ରିପନ୍ କୁମାର ସାହୁ, ଭେଙ୍କଟ ପ୍ରଧାନ, ଶଙ୍କର ପ୍ରସାଦ ମହାକୁର, ହେମନ୍ତ ବରିହା, ମହମ୍ମଦ ସାହିଦ, ପ୍ରେମକୁମାର ସାହୁ, ନାରାୟଣ ଖୁଣ୍ଟିଆ, ଅଧ୍ୟାପିକା ପୁଷ୍ପାଞ୍ଜଳୀ ମହାପାତ୍ର, ଅନାମିକା ସାହୁ, ଜୟଶ୍ରୀ ମେହେର, ବବିତା ପ୍ରଧାନ, ବିରେନ୍ଦ୍ରିକା ତାଣ୍ଡି, ଶ୍ରୀୟା ଭୋଇ ଓ ବିଦ୍ୟାଳୟର କର୍ମଚାରୀ ନରେଶ୍ୱର ସାହୁ, ମୁକେଶ ପ୍ରଧାନ, ତପନ ପ୍ରଧାନ, ଗୋବର୍ଦ୍ଧନ କୁମ୍ଭାର, ଖଗପତି ଭୋଇ, ଅରକ୍ଷିତ ସରିୟା, ଦେବରାଜ ମେହେର, ଲାଲା ପଟେଲ ଓ ବିନୋଦ କୁମ୍ଭାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହୋଯୋଗ କରିଥିଲେ ।

Leave A Reply

Your email address will not be published.