om academy

ମାଣ୍ଡୋସିଲରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଓ ଝାରବନ୍ଧ ଜୋନର କରଣ ସମାଜ ତରଫରୁ ମାଣ୍ଡୋସିଲ ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମିହିର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ । ପଣ୍ଡିତ ଭୀମସେନ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୂଜନୋତ୍ସବରେ ପାଇକମାଲ ଓ ଝାରବନ୍ଧ ବ୍ଳକର ପ୍ରାୟ ୪୦ଟି କରଣ ପରିବାର ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକୁ ସର୍ବ ଶ୍ରୀ ତପନ କୁମାର ବହିଦାର, ମନ୍ମଥ ମହାନ୍ତି, ପ୍ରତାପ ପଟ୍ଟନାୟକ, ନରେନ୍ଦ୍ର ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.