ଚର୍ତୁଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

  • ମହାପ୍ରଭୁଙ୍କ ପାଖରେ ଲାଗିଲା ଛପନ ଭୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମଠାରେ ଚର୍ତୁଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ପାଖରେ ଲାଗିଲା ଛପନ ଭୋଗ । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟପୂଜା, ସର୍ବଦେବାଦେବୀ ପୂଜା ଓ ହୋମ, ମନ୍ଦିର ଅଧିବାସ, ନ୍ୟାସ, ଚଣ୍ଡିପାଠ, ଚଣ୍ଡୀ ହୋମ, ପିଣ୍ଡିକା ମନ୍ତ୍ରନ୍ୟାସ, ଦ୍ୱାରନ୍ୟାସା, ସଂଧ୍ୟା ଆରତୀ ହୋଇଥିଲା । ଜଗନ୍ନାଥ, ସୁଭଦ୍ରା, ବଳରାମ ମହାପ୍ରଭୁଙ୍କୁ ଗାଁ ପରିକ୍ରମା କରି ବିଶାଳ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ଭକ୍ତ ମାନଙ୍କ ପାଇଁ ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ମୋନାଲି ମହାପାତ୍ର ପାରାୟଣଗାନ କରିଥିଲେ । ଏଥିରେ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ । ସନ୍ଧ୍ୟାରେ ବନବାସପାଲିର କୃଷ୍ଣଗୁରୁ ଟିମ ଅଂଶଗ୍ରହଣ କରିଥିଲେ । ରାବଣ ଦରବାରରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବରଗଡ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ଭୁଏ ପ୍ରମୁଖ ଯୋଗ ଦେଇଥିଲେ । ଦରବାର କାର୍ଯ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ସୁନ୍ଦରଗଡ ଜିଲ୍ଲାର ମାଁ ତାରିଣୀ କିଷାନ ନୃତ୍ୟଦଳ, ବୁଢୀମାଁ ସାଂସ୍କୃତିକ ଅନୁଷ୍ଠାନ ଗସ୍ତିଡିହି ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଟିମ୍‌ର ଅଭିନୟରେ ଦର୍ଶକ ମାନେ ଉତ୍ସାହିତ ହୋଇଥିଲେ । ମୀନାବଜାର ପଡିଆରେ ଗଞ୍ଜାମର ଜଗନ୍ନାଥ ଅପେରା ଅନୁଷ୍ଠିତ ହୋଇଥିଲା । ମୀନାବଜାରରେ ହଜାର ହଜାର ଦର୍ଶକ ମାନଙ୍କର ସମାବେଶ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ପାରାୟଣ ଗାୟିକା ଜ୍ୟୋସ୍ନାମୟୀ ଦୀକ୍ଷିତ, ପଶ୍ଚିମ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ସହ ସମ୍ବଲପୁରର ଉମା ଆର୍କେଷ୍ଟ୍ର ହେବା ବୋଲି ପୂଜା କମିଟିର ସଂପାଦକ ଧିରେନ ବିଶ୍ୱାଲ ସୂଚନା ଦେଇଛନ୍ତି । ପୂଜା କମିଟି, ଉପଦେଷ୍ଟା କମିଟି, ଶାନ୍ତି କମିଟି, ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.