ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ଆଜି ଶନିବାର ଦିନ ୧୫ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ବାଟିକା ଠାରୁ ସମସ୍ତ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ । ଏଥିରେ ୭୫ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବୁଢ଼ାରଜା ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନ ପ୍ରଧାନ ଶିକ୍ଷକ ମହିପାଳ ସ୍ଵାଇଁ ଓ ଟାପରସରା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ବିଜ୍ଞାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ବିଚାରକ ଭାବେ ଯୋଗ ଦେଇଥିଲେ । ସ୍ଵାଇଁ ଦୀପ ପ୍ରଜ୍ୱଳନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସଭାପତି ପ୍ରେମାନନ୍ଦ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଗୁରୁଜୀ ରୂପକ କୁମାର ବରିହା ଓ ସମସ୍ତ ଗୁରୁଜୀ, ଗୁରୁମାଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ସଫଳ ମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.