ଗୋପାଳଜୀ ମନ୍ଦିରରେ ପଶିଲା ବର୍ଷା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇଦିନ ହେଲା ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଗତକାଲି ରାତିରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ବଲାଙ୍ଗିର ସହରର ବିଭିନ୍ନ ମନ୍ଦିର, ଦେବାଳୟରେ ପାଣି ପଶିଛି । ବଲାଙ୍ଗିର ସହରର ପୁରାତନ ଗୋପାଳଜୀ ମନ୍ଦିରରେ ପାଣି ପଶିଥିବା ଦେଖିବାକୁ ମିଳିଛି । ମନ୍ଦିର ଭିତରକୁ ପାଣି ପଶିଥିବା ବେଳେ ମନ୍ଦିର ପରିସରରେ ମଧ୍ୟ ପାଣି ଜମିଥିବା ଦେଖିବାକୁ ମିଳିଛି । ମନ୍ଦିରରେ ପାଣି ପଶିଥିବା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଘ୍ନ ସୃଷ୍ଟି ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ରାତି ୭ଟାରେ ବର୍ଷା ହୋଇଥିବା ସମୟରେ ମନ୍ଦିରକୁ ପାଣି ପଶିଯାଇଥିଲା । ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ପାଣି ଜମି ରହିଥିଲା । ତେବେ ଆଜି ସକାଳୁ ଖବର ପାଇବା ପରେ ସକାଳ ୧୦ଟା ସମୟରେ ଜେସିବି ଲଗାଇ ମନ୍ଦିରରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.