ବଲାଙ୍ଗିରର ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଗଙ୍ଗା ଜଳାଶାୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଥିଲା । ସକାଳ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ପୁରନ ମଲ ଅଗ୍ରୱାଲଙ୍କ ପରିବାର ପଖ୍ୟରୁ ଉତ୍ତରପ୍ରଦେଶ ଆଲାହାବାଦରୁ ଟେଙ୍କର ଯୋଗେ ଅଣାଯାଇ ଶ୍ରାବଣ ମାସର ଶିବଙ୍କ ପୂଜା ଉପଲକ୍ଷେ ଏହା କରାଯାଇଥିଲା । ଗତ କିଛିବର୍ଷ ହେଲା ନିୟମିତ ପୁରଣ ବାବୁଙ୍କ ପରିବାର ଏହା ଆୟୋଜିତ କରୁଥିବା ବେଳେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ବେଳନ, ମହିଳା ସମ୍ମିଳନୀ ସଦସ୍ୟ ମାନେ ସହଯୋଗ କରି ଆସୁଛନ୍ତି । ଦିନ ଗୋଟାଏରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ନଗର ମଧ୍ୟରେ ଥିବା ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ମାନେ କଳସରେ ଗଙ୍ଗା ଜଳ ନେଇ ଧାଡ଼ି ବାନ୍ଧି ଜଳ ଲଗାଇ ପୁଣ୍ୟ ଅର୍ଜନ କରିଥିଲେ ।

Leave A Reply

Your email address will not be published.