om academy

ନୂଆ ରୂପରେଖ ପାଇଲା ଗୋପାଳଜୀଉ ମନ୍ଦିର

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୂଆ ରୂପରେଖ ପାଇଲା ଜଗଦଳପୁର ଗ୍ରାମର ୧୫୦ ବର୍ଷର ଗୋପାଳଜୀଉ ମନ୍ଦିର । ୫-ଟି ଅନୁଦାନରେ ମନ୍ଦିର ନିର୍ମାଣ ବିଗ୍ରହ ପ୍ରତିଷ୍ଠା ଜଗଦଳପୁର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ସମ୍ପର୍ଣ୍ଣ ହୋଇଛି । ଲୁଣା ନଦୀରୁ ୩୨ ଜଣ କଳସ ଧାରୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା କରି ହୋମ ଯଂଜ୍ଞ କରାଯାଇଥିଲା । ବିଶିଷ୍ଟ ପଣ୍ଡିତ ପୁରୋହିତ ମାନଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ, ନଡିଆ ସଂକୀର୍ତ୍ତନ, ଘଣ୍ଟ ଧ୍ୱନିରେ ଗୋପାଳଜୀ, ବାମନ, କଳି ଭୈରବୀ, ନବଗ୍ରହ ମୂର୍ତ୍ତି ପ୍ରତିଷ୍ଠା, ମଙ୍ଗଳ ଆରତୀ, ଗୋପୂଜା, ସୂର୍ଯ୍ୟପୂଜା, ଠାକୁରଙ୍କ ନୀତିକାନ୍ତିରେ ଭୂମିପୂଜା ସମ୍ପନ୍ନ କରାଯାଇଥିଲା । ଗୋପାଳଜୀଉ ଗ୍ରାମର ଗୁରୁଗୋସାଇଁଙ୍କ ଘରେ ପୂଜା ପାଇ ଆସୁଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଠାକୁରଙ୍କ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା ହୋଇଥିବାରୁ ଗ୍ରାମବାସୀଙ୍କ ଆଶା ପୂରଣ ହୋଇଛି । ଟ୍ରଷ୍ଟର ସଭ୍ୟ ପ୍ରସନ୍ନ ରାଉତରାୟ, ବିଶ୍ଵରଞ୍ଜନ ବଳବନ୍ତରାୟ, ନକୁଳ ପାଇକରାୟ, ଶୁକଦେବ ମଙ୍ଗରାଜ, ମୁରଲୀଧର ମଙ୍ଗରାଜ ପ୍ରମୁଖଙ୍କ ସାହାଯ୍ୟ ସହଯୋଗରେ ମନ୍ଦିର କାର୍ଯ୍ୟ ଶେଷ ହୋଇଛି ।

Leave A Reply

Your email address will not be published.