centurian jitm

ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ମହୋତ୍ସବ ଉଦ୍‌ଯାପିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ଅଷ୍ଟପ୍ରହରୀ ନାମଯଜ୍ଞ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ରତ୍ନମୁଦ ମହୋତ୍ସବ ଚାଲିଥିଲା । ପ୍ରଥମ ଦିନରେ ବିରାଟ କଳସ ଶୋଭାଯାତ୍ରାରେ ଗ୍ରାମର ମହିଳାମାନେ ନିକଟସ୍ଥ ଦେହେଲା ଡୁବରୀରୁ ଗଙ୍ଗାମାତାଙ୍କୁ ଆରାଧନା କରି ପୁରୋହିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ପରେ ମହିଳା ଶ୍ରଦ୍ଧାଳୁମାନେ ଶହେ ଆଠ ଜଳ ପୂର୍ଣ୍ଣ କଳସ ବହନ‌ କରି ବିରାଟ କଳସ ଶୋଭାଯାତ୍ରାରେ ବାହାରି ସଂକିର୍ତ୍ତନ୍ୟ ସଂଗୀତ, ନୃତ୍ୟ, ଶଙ୍ଖ, ଘଣ୍ଟ, ବାଦ୍ୟ ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଛୋଟଅନକି ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ପୁରୋହିତ ଡୋଲାମଣି ହୋତା, ପିତାମ୍ବର ହେତା ପୂଜା କାର୍ଯ୍ର ତୁଳାଇଥିଲେ । ଯଜ୍ଞକର୍ତ୍ତା ଭାବରେ ଶ୍ରୀଅଜିତ ଗଡତିଆ ଓ ତାଙ୍କ ସହଧର୍ମିଣୀ‌ ଶ୍ରୀମତୀ ନୀଲମ୍ ଗଡତିଆ ପୂଜାକର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ଗୁରୁବାର ସକାଳ ୧୦ଟା ୫୦ ମିନିଟରେ ନାମ ଉଚ୍ଚାରଣ କାର୍ଯ୍ୟକ୍ରମ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ହୋଇଥିଲା । ଏହି ନାମଯଜ୍ଞରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିଥିଲେ । ଗୌରୀ ଗୌରା ମହିଳା କିର୍ତ୍ତନ୍ୟ ଦଳ କେଲେଣ୍ଡା, ଜୟଶ୍ରୀ ରାଧେ ମହିଳା କିର୍ତ୍ତନ୍ୟ ଦଳ ଝାରବନ୍ଧ, ମାଁ ଭାରତୀ ମହିଳା କିର୍ତ୍ତନ୍ୟ ଦଳ କୋକନରା, ଜୟ ଜଗନ୍ନାଥ କିର୍ତ୍ତନ୍ୟ ଦଳ କୁଆବାହାରା, ଛୋଟଅନକି ସଂକିର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରି ‌ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ମନ୍ଦିର ରତ୍ନମୁଦ ମହୋତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞରେ ପରିଚାଳନା କମିଟିର ସଭାପତି ପିତାମ୍ବର ହୋତା, ସଂପାଦକ ଅଶୋକ ସାହୁ, ସହ ସଂପାଦକ ବିଶିକେସନ ସାହୁ, ସୁବାଷ ଗଡତିଆ, ଜୟନ୍ତ ସାହୁ, ଶରତ ଚନ୍ଦ୍ର ଥପା, ଧର୍ମେନ୍ଦ୍ର ସାହୁ, ପ୍ରକାଶ ହୋତା, ଯୋଗେନ୍ଦ୍ର ଭୋଇ, ମୋହିତ ପ୍ରଧାନ, ନେହେରୁ ବାଗ, ଅଭିମନ୍ୟୁ ହୋତା, ବିରଞ୍ଚି ଭୋଇ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିତ୍ୟାନନ୍ଦ ଶବର, ଚିନ୍ତାମଣି ଭୋଇ, ନରେନ୍ଦ୍ର ଭୋଇ, ଟିକସ କଲେତ ପ୍ରମୁଖ ମନ୍ଦିର ରତ୍ନମୁଦ ମହୋତ୍ସବରେ ପରିଚାଳନା କମିଟି ଦାୟିତ୍ଵ ତୁଳାଉ ଥିଲେ । ପରିଚାଳନା କମିଟିର ସଭ୍ୟମାନଙ୍କୁ ଉପଢୋକନ ଦେଇ ସମର୍ଦ୍ଧିତ କରାଯାଇଥିଲା । ମନ୍ଦିର ରତ୍ନମୁଦ ମହୋତ୍ସବରେ ଧାରାବିବରଣୀ ପଠନ କରୁଥିଲେ ଯୁବ କବି ସତ୍ୟଭୁଷଣ ସାହୁ, ଅକ୍ଷୟ ପ୍ରଧାନ, ରମଣୀର ରଞ୍ଜନ ବିଶ୍ଵାଲ, ଆଶିଷ ସାହୁ । ମନ୍ଦିର ନିର୍ମାଣ କାର୍ଯ୍ୟ ଶିଳ୍ପୀ ଡୋଲାମଣି ଭୁଏ ଓ ତାଙ୍କ ସାଥିଙ୍କ ସହିତ ମନ୍ଦିର କାର୍ଯ୍ୟ ଚାଲୁଅଛି‌ । ଏହି ରତ୍ନମୁଦ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ପ୍ରଦୀପ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥିମାନଙ୍କୁ ଫୁଲତୋଢା ଦେଇ ସ୍ୱାଗତ କରାଯାଇଥିଲା । ଅଷ୍ଟପ୍ରହରୀ ନାମଯଜ୍ଞର ଵୈଠକି କାର୍ଯ୍ୟକ୍ରମରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଉପଢୌକନ ଓ ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଵୈଠକି କାର୍ଯ୍ୟକ୍ରମକୁ ଯୁବ କବି ସତ୍ୟଭୁଷଣ ସାହୁ ପରିଚାଳନା କରିଥିଲେ । ଦର୍ଶକମାନଙ୍କ ପାଇଁ ମିନାବଜାର ଓ‌ ଛୋଟ ଛୋଟ ପିଲାମାନେ ମିକିମାଉସର ମଜା ନେଉଥିଲେ । ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ମହୋତ୍ସବ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ‌ ଛତିଶଗଡ଼ ରାଜ୍ୟରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁଁ ଦୁଇ‌ ଦିନ ଧରି ଟିଫିନ୍, ଚା ଷ୍ଟଲ୍‌ ଓ ଅନ୍ନଛତ୍ରର ବ୍ୟବସ୍ଥା ଥିଲା । ଏହି ମହୋତ୍ସବ ଛୋଟଅନକି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.