
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଆଦ୍ୟାଶକ୍ତି ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ଜବରଦସ୍ତ ଦକ୍ଷିଣା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଆଦାୟ ଭକ୍ତଜନଙ୍କଠାରୁ ଜବରଦସ୍ତ ଦକ୍ଷିଣା ମାଗିବା ଅବା ଆଦାୟ କରିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଅସନ୍ତୋଷ ବୃଦ୍ଧି ପାଇଛି । ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ମନ ଇଛା କାରବାର ଜୋର୍ ଜୁଲମ ଭଳି ପ୍ରଦର୍ଶନ ହେତୁ ମନ୍ଦିରର ଉନ୍ନୟନ କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ପୂଜକମାନେ ପ୍ରଥମେ ଟଙ୍କା ଦିଅ ତା ପରେ ପୂଜା କରିବେ ବୋଲି କହୁଥିବାବେଳେ ଜୋର ଜବରଦସ୍ତ ୩୦୦ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି । ଗାଡ଼ି ପୂଜା କରିବା ପାଇଁ ହେଲେ ୩୦୦ ଟଙ୍କାରୁ ୫ଶହ ଟଙ୍କା ପର୍ୟ୍ୟନ୍ତ ଦକ୍ଷିଣା ମାଗିବା ଏକ ଅଦ୍ଭାବନୀୟ ବିଷୟ ହୋଇଛି । ଗାଡ଼ି ପୂଜା କରିବା ପାଇଁ ହେଲେ ତାହାଠାରୁ ୩୦୦ ଟଙ୍କାରୁ କମ ଦକ୍ଷିଣା ଦେଲେ ପୂଜା କରିବିନି ବୋଲି କହୁଥିବା ଦେଖିବାକୁ ମିଳୁଛି ଯାହା ଫଳରେ ଏହି ଅଭିଯୋଗକୁ ନେଇ କେହି ଶୁଣୁ ନାହାଁନ୍ତି ବୋଲି କୁହାଯାଏ । ପୂଜା ପାଇଁ ନେଉଥିବା ଦକ୍ଷିଣାର ରସିଦ ମାଗିବାରୁ କହୁଛନ୍ତି, ଯେ’ ରସିଦ କାଟିଲେ ଅନ୍ୟୁନ୍ୟ ୩୦୦୦ ଟଙ୍କା ଦେବାକୁ ପଡିବ ବୋଲି ଦାମ୍ଭିକତାର ସହ ଭକ୍ତଙ୍କୁ ଅସଦବ୍ୟବହାର ବ୍ୟବହାର କରୁଛନ୍ତି ନଚେତ୍ ପୂଜା ହୋଇ ପାରିବ ନାହିଁ ବୋଲି କହୁଛନ୍ତି । ଏଭଳି ପୂଜକମାନଙ୍କ ଦୌରାତ୍ମ୍ୟଭାବ ଏଠାକୁ ଆସୁଥିବା ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତଙ୍କ ଭାବାବେଗ କୁ ଆଘାତ କରୁଛି । ଏଭଳି ପୂଜକମାନଙ୍କ ପ୍ରତି ମନ୍ଦିର ପ୍ରଶାସକ ତୁରନ୍ତ ପଦକ୍ଷେପ ନେବା ନିହାତି ଜରୁରୀ । ନଚେତ୍ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରୁ ମା’ଙ୍କ ପ୍ରତି ଆସ୍ଥା ଉଭାନ ହୋଇଯାଉଛି ।