
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ଚୈତ୍ର ପରବ ଆରମ୍ଭ ହୋଇଯାଇଛି । ଗତ ୩୦ ତାରିଖରୁ ଆରମ୍ଭ ହୋଇ ପ୍ରଥମ ଶୈଳପୁତ୍ରୀ ବେଶରେ ମାଁ ଦର୍ଶନ ଦେଇଥିବା ବେଳେ ଆଜି ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମନ୍ଦିର କମିଟି କଳସ ଯାତ୍ରା ସହ ପରିକ୍ରମା କରି ଦୁର୍ଗା ମନ୍ଦିର ଘାଟରୁ କଳସ ପୂଜା କରି ପାଟଣା ହୋଟେଲ ଛକ ଦେଇ ସମଲେଇ ମନ୍ଦିର ଛକ ଦେଇ ମନ୍ଦିରକୁ ଆସି କଳସ ସ୍ଥାପନ ହୋଇଥିଲା । ପଣ୍ଡିତ ଫକୀର ଶତପଥି ସଂକଳ୍ପ କରି ଚଣ୍ଡିପାଠ ପୂଜା କରାହୋଇଥିଲା । ସନ୍ଧ୍ୟାରେ ମହା ଆଳତି, ଘଣ୍ଟବାଦ୍ୟ, ଦୁଲଦୁଲରେ ମାଁ ଙ୍କ ମହାଆଳତି ହୋଇଥିଲା । ସକାଳୁ ହୋମ, ଯଜ୍ଞ ଓ ଆଳତି ହୋଇଥିବା ବେଳେ ସହରର ଅନେକ ଭକ୍ତଙ୍କ ସମାରୋହ ହୋଇଥିଲା । ମାନସିକ ଭକ୍ତମାନେ ମାଁଙ୍କ ଠାରେ ଅଖଣ୍ଡ ଦୀପ ଅର୍ପଣ କରିଥିବା ବେଳେ ମୁଖ୍ୟ ପୂଜକ ମଳୟ ଦିଶ୍ରୀ ପୂଜା ସଂପାଦନ କରିଥିଲେ । ଅଭିନାଶ ଦିଶ୍ରୀ ପୂଜାରେ ସହଯୋଗ କରିଥିଲେ ।