oom

ଶରୀର ଦାନକାରୀଙ୍କୁ ଶିକ୍ଷଣ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ସ୍ୱାମୀ ପରମାନନ୍ଦ ସରସ୍ୱତୀ ଓ ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଏବଂ ସମ୍ମାନିତ ଅତିଥି ସତ୍ୟନାରାୟଣ ପ୍ରଧାନ ବାଗଦେବୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ କସ୍ତୁରୀ ରଥଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ଶିକ୍ଷଣ ମଣ୍ଡଳ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦେବା ପାଇଁ ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ବିଦ୍ୟାର୍ଥୀଗଣ ଜାତୀୟତାବୋଧରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅବସରପ୍ରାପ୍ତ ଫାର୍ମସିଷ୍ଟ ଶୁଭେନ୍ଦ୍ର ନେପାକ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜରେ ଶରୀରଦାନ କରିଥିବାରୁ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳିଷ୍ଠ ପ୍ରଧାନ ଶିକ୍ଷାଦାନ କ୍ଷେତ୍ରରେ ଅଭିନବ ପଦ୍ଧତି ଅନୁସରଣ କରି ବିଦ୍ୟାଳୟରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିବାରୁ ଶିକ୍ଷଣ ମଣ୍ଡଳ ତରଫରୁ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ହୋଇଥିଲା । ଆଲୋଚନାରେ ଦିବାକର ହୋତା, ଧିରେନ୍ଦ୍ର ନାରାୟଣ ସିଂଦେଓ, ଆକୁଳ ବେହେରା, ଡଃ. ଭବାନୀ ଶଙ୍କର ପଟେଲ, ବଳରାମ ପଣ୍ଡା, ଗିରିଜା ଶଙ୍କର ରଥ, ଯତୀନ୍ଦ୍ର ମୋହନ ପାଠି, ଗୋପାଳ ଚନ୍ଦ୍ର ପ୍ରଧାନ, ସରୋଜ ରଥ, ଜ୍ଞାନ ରଂଜନ ମିଶ୍ର, ମଦନ ମୋହନ ରଥ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କେଶବ ଚନ୍ଦ୍ର ମିଶ୍ର, ମାଳତି ଉଦ୍‌ଗାତା, ସରସ୍ୱତୀ ନନ୍ଦ, ରାଜଶ୍ରୀ ତ୍ରିପାଠୀ, ସୁକାନ୍ତି ମଂଜରି ପାଣି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.