jayashree

ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୁଲ୍ୟରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ ଠାରେ ଦୁଇଟି ନାଟକ ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଅରୁଣ ବାରିକଙ୍କ ରଚିତ ଅସତୀ ତୁଳସୀ ସତୀ ଚଉଁରା ଓ ନାଟ୍ୟକାର ମନୋଜ ପଣ୍ଡାଙ୍କ ରଚିତ ରାତି ପାହିବାକୁ ଅଳପ ବାକିକୁ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପାଢ଼ୀ ନିର୍ଦ୍ଦେଶନା ଦେଇଥିଲେ । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱାଳ ଓ ସମ୍ପାଦକ ଭରତ ସେଠୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅର୍ବାନ କୋଅପ୍‌ରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ ଓ ଦ୍ୱିତୀୟ ଦିବସରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ କବି ତଥା ଏକତ୍ରର ସଭାପତି ରାଜୀବ ପାଣି ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ । ଏହି ଅବସରରେ ନାଟକ ପ୍ରତି ସମର୍ପିତ ଥିବା ବ୍ୟକ୍ତିତ୍ୱ ପ୍ରମିଳା ଜେନା, ନାଟ୍ୟ ନିର୍ଦ୍ଦେଶକ ବିଜୟ ଭୋଳ ଓ ଗଙ୍ଗାଧର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଏହି ଦୁଇଟି ନାଟକର ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ ସୁବାସ ରାଉତ ଓ ନୃତ୍ୟ ନିର୍ଦ୍ଦେଶକ ବିଜୟ ନାୟକଙ୍କ ସମେତ ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଦୁଇଟି ନାଟକରେ ରୀନୁ, ମୀନୁ, ପୂଜା, ସୁଧା, ଗୀତା, ଶୁଭେନ୍ଦୁ, ପ୍ରଜ୍ଞାନନ୍ଦ, ବିକ୍ରମ, ବିଚିତ୍ର, ସୁଶାନ୍ତ, ମିଟୁନା, ଜିତୁ, ବୁବୁନ, ଅସୀତ, ପ୍ରଶାନ୍ତ, ପପୁ, ଭରତ, ବିନୟ ପ୍ରମୁଖ ଅଭିନୟ କରିଥିବା ବେଳେ ଉପଦେଷ୍ଟା ଚନ୍ଦ୍ରମଣି ମାଝୀ, ସହ ନିର୍ଦ୍ଦେଶକ ସଞ୍ଜୀବ ଚାନ୍ଦ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରବୀର ଜେନା ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.