ପ୍ରଧାନ ଶିକ୍ଷୟିତ୍ରୀ ଭୁଲିଗଲେ ମାନବିକତା

ଜଗତସିଂହପୁର : ପ୍ରଧାନ ଶିକ୍ଷୟିତ୍ରୀ ଭୁଲିଗଲେ ମାନବିକତା । ଅଣଶୁଦ୍ଧିଆ ବୋଲି ପିଲାଙ୍କୁ ବସାଇଦେଲେ ବାହାରେ । ଶ୍ରେଣୀ ଗୃହରେ ନବସାଇ ବାହାରେ ବସାଇଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଘଟଣା ।ସୂଚନା ଅନୁସାରେ, ବିଦ୍ୟାଳୟରେ ପଢୁଥିବା କିଛି ପିଲାଙ୍କର ଅଣଶୁଦ୍ଧିଆ ଚାଲିଛି । ଯେଉଁଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଅଲଗା ବାରଣ୍ଡାରେ ବସାଇଥିଲେ । କୁଟୁମ୍ବରେ କେହି ଜଣେ ମୃତ୍ୟୁ ବରଣ କରିଥିବାରୁ ସେମାନଙ୍କର ଅଣଶୁଦ୍ଧିଆ ଥିବା ଯୋଗୁଁ ଗତ ଶନିବାର ଦିନ ତିନି ଜଣ ପିଲାଙ୍କୁ ଶ୍ରେଣୀଗୃହରୁ ବାହାର କରି ଅଲଗା ଭାବରେ ସ୍କୁଲ ବାରଣ୍ଡାରେ ବସାଇ ଦେଇଥିଲେ । ହାତରେ ଏକ ବେତ ଧରି ସେମାନଙ୍କୁ ଶ୍ରେଣୀ ଗୃହକୁ ନସିବାଆକୁ ତାଗିଦ କରିଥିଲେ । ଏଠି ପ୍ରଶ୍ନ ଉଠେ କି ପ୍ରଧାନ ଶିକ୍ଷୟିତ୍ରୀ କିପରି ଭାବରେ ଏମିତି ଅମାନୁଷିକ କାର୍ଯ୍ୟ କରିଲେ । କୁନି କୁନି ପିଲାଙ୍କୁ ଛୁଆଁ ଅଛୁଆଁ ଭେଦଭାବ ପାଇଁ ତାଙ୍କୁ ଅଲଗା କରି ବାରଣ୍ଡାରେ ବସାଇବା ଓ ବେତ ଧରି ତାଗିତ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave A Reply

Your email address will not be published.