oom

ପାଇକମାଲ ଧର୍ମଶାଳାରେ ଶ୍ରଦ୍ଧାଞ୍ଜଳି ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧାର୍ମଶାଳାରେ ଅଜେି ଏକ ଶ୍ରଦ୍ଧାଞ୍ଜଳି ସଭା ଡାକ୍ତର ଅଜିତ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ସୁବୋଧ ପଣ୍ଡା, ତ୍ରିଲୋଚନ ମେହେର, ଦେବେନ୍ଦ୍ର ସାହୁ, ଗଣେଶ ବାରିକ, ସହଦେବ ପଧାନ, କିଶୋର ମିର୍ଦ୍ଧା, ଦୁର୍ଯ୍ୟେଧନ ତ୍ରିପାଠୀ, ଡାକ୍ତର ମୋହନ ଭୋଇ, ପୁରୁଷୋତ୍ତମ ପ୍ରଧାନ, ଲୋହିତ ବାରିକ, ଡାକ୍ତର ରାଜୀବ ଲୋଚନ ପଟ୍ଟନାୟକ, ଗିରିଧାରୀ ପୁରୋହିତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମାନଭଞ୍ଜନ ସରାଫଙ୍କ ସୃତିଚାରଣ କରିଥିଲେ । ସଭା ଆରମ୍ଭରୁ ୧ ମିନିଟ ସ୍ୱର୍ଗତ ମାନଭଞ୍ଜନ ସରାଫଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଡାକ୍ତର ବାରିକ ତାଙ୍କର ଭାଷଣରେ ମାନଭଞ୍ଜନ ସରାଫ (୫୨) ଗତ ତା. ୩୧/୦୮/୨୪ ରିଖ ଦିନ ବରଗଡର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର କେନ୍ସର ଚିହ୍ନଟ ହୋଇଥିଲା ଓ ସେ ସାମାନ୍ୟ ଭଲ ମଧ୍ୟ ହୋଇଥିଲେ । ସେ ପାଇକମାଲର ଜଣାଶୁଣା ଚିତ୍ତରଞ୍ଜନ ସରାଫଙ୍କ ସାନ ଭାଇ ଥିଲେ । ତାଙ୍କ ପଛରେ ଗୋଟିଏ ପୁଅ ଓ ପତ୍ନୀଙ୍କୁ ଛାଡି ଯାଇଛନ୍ତି । ସେ ଜଣେ ବହୁତ ଶାନ୍ତ ପ୍ରକୃତିର ଯୁବକ ଥିଲେ । ତାଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ବହୁତ ଲୋକ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରକୃତି ବନ୍ଧୁ ବଡ ଶତପଥୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଚିତ୍ତରଞ୍ଜନ ସରାଫଙ୍କୁ ତାଙ୍କ ଭାଇର ସ୍ମୃତି ପାଇଁ ଏକ ବୃକ୍ଷଦାନ କରି ଏହାକୁ ରୋପଣ କରି ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ବଡ ଶତପଥି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.