ppurohit

କଣ୍ଟାବାଞ୍ଜିରେ ମୁନିସିପାଲିଟି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ : ନେତୃତ୍ୱ ନେଲେ ନିରୁପମା ମାଝୀ

2nd

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିକୁ ମୁନିସିପାଲିଟି ମାନ୍ୟତା ଦେବା ଦାବିରେ ଗୁରୁବାର ଗୋଟିଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ଆହ୍ୱାନ ବିଜେଡି ନେତ୍ରୀ ଓ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପ ଅଧ୍ୟକ୍ଷ ନିରୁପମା ମାଝୀଙ୍କ ନେତୃତ୍ୱରେ କରାଯାଇଛି । ବନ୍ଦକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି । ବନ୍ଦ ସମୟରେ ଅନେକ ଦୁକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ସାଧାରଣ ଜୀବନ ଚଳାଚଳ ପ୍ରଭାବିତ ହୋଇଛି । ଶ୍ରୀମତୀ ମାଝୀ କହିଛନ୍ତି ଯେ, “କଣ୍ଟାବାଞ୍ଜି ଏକ ବର୍ଦ୍ଧମାନ ସହର ଭାବରେ ଦୃତ ଗତିରେ ଉନ୍ନତି କରୁଛି । ଏଠାରେ ମୁନିସିପାଲିଟି ଘୋଷଣା ହେଲେ ଅଧିକ ଅବସର ଓ ସୁବିଧା ମିଳିପାରିବ । ଏହି ଦାବି ନେଇ ଆମେ ଆନ୍ଦୋଳନ କରୁଛୁ । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରଶାସନ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥା ରଖାଯାଇଥିଲା ।

Leave A Reply

Your email address will not be published.