
ବାରଙ୍ଗ : ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଛି ମନ୍ତ୍ରୀଙ୍କ ଗାଡ଼ି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଙ୍କୀ ରାସ୍ତାରେ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଷଣ୍ଢପୁର ଛକରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହିତ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ଦୁର୍ଘଟଣା ଫଳରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ମନ୍ତ୍ରୀଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟସ୍ତଳକୁ ପଠାଇଥିଲେ । ଏହା ସହିତ ହାଇୱାକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।