jayashree

ଝାରମୁଣ୍ଡା ପଞ୍ଚାୟତ ମନରେଗା ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିନା ଡିପିସି ଅନୁମୋଦନରେ ନାମକୁ ମାତ୍ର ଫାଇଲ ଖୋଲାଯାଇ ଆଦୌ କାମ କରା ନଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ମାସାଧିକ କାଳ ପରେ ମଧ୍ୟ କୌଣସି ତଦନ୍ତ ନ ହେବାରୁ ଗ୍ରାମବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଜିଲ୍ଲା ମନରେଗା ବିଭାଗ ଆମ୍ବୁଦ୍ସମ୍ୟାନଙ୍କ କାର୍ଯ୍ୟାଳୟ ପତ୍ରାଙ୍କ ନଂ-୦୯/ତା.୦୯/୦୧/୨୩ ଅନୁଯାୟୀ ୭ ଦିନ ମଧ୍ୟରେ ଝାରମୁଣ୍ଡା ପଞ୍ଚାୟତ ମନରେଗା ଦୁର୍ନୀତିର ତଦନ୍ତ କରି ରିପୋର୍ଟ ଦାଖଲ ସକାଶେ ଲୋଇସିଂହା ବିଡ଼ିଓଙ୍କୁ ଚିଠି ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.