
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ଅଲୋଚନୀୟ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଯବାନମାନଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବା ସହିତ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ପାଇଁ ମଧ୍ୟ କାମନା କରାଗଲା ଏହି ଅଖଣ୍ଡ ଦୀପ ଛେଣ୍ଡସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ବସିଲା । ପ୍ରଥମ ଥର ପାଇଁ ରାଉରକେଲାରେ କୌଣସି ଫାଉଣ୍ଡେସନ ଏହି ପରି ସାହସିକ ପଦକ୍ଷେପ ନେଇଥିବାରୁ, ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଏହାକୁ ବିଶେଷ ପ୍ରଶଂସା ମିଳିଛି । ଏହି କାର୍ଯ୍ୟକ୍ରମରେ ଦ ହୁମାନିଟି ଫାଉଣ୍ଡେସନର ଅଧ୍ୟକ୍ଷା ଦିପ୍ତିମୟୀ ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଗ୍ରେସି ଡେଭିଡ, ଶୁଭଶ୍ରୀ ସ୍ୱାଇଁ, ଗରିମା ପତ୍ରୀ ଓ ବିଜୟ ସୁନ୍ଦରାୟ ଉପସ୍ଥିତ ଥିଲେ ।