ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାମେଶ୍ୱର ନଗର ବାସିନ୍ଦା ତଥା ସୁର୍ଡା ଏମ୍ଇ ସ୍କୁଲର ପୂର୍ବତନ ଶିକ୍ଷକ ମନବୋଧ ମିଶ୍ର (୭୨)ଙ୍କ ବିୟୋଗ ଘଟିଛି । ଶେଷ ସମୟରେ ପୁଅ, ଜ୍ୱାଇଁ, ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ । ପୁତ୍ର ସୌମ୍ୟ ରଂଜନ ମୁଖାଗ୍ନି ଦେଇଥିଲେ । ବିଭୁତିପଡା ଶ୍ମଶାନଘାଟରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ତାଙ୍କର ବିୟୋଗରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି ।