ମୃତ ବ୍ୟକ୍ତିଙ୍କ ଶବ ସମାଧି ପାଇଁ ମାନବିକତା ଦେଖାଇଲେ ଖ୍ରୀଷ୍ଟିଆନ ଉଦ୍‌ଯୋଗ ସମିତିର ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ

ସଇଁତଲା, (ପ୍ରମୋଦ ସେଲମା) : ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ମାନବିକତା ଦେଖାଇଲେ ଡେଙ୍ଗ ଖ୍ରୀଷ୍ଟିଆନ ଉଦ୍‌ଯୋଗ ସମିତିର ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ ସଦସ୍ୟମାନେ । ଯାହାକୁ ନେଇ ଅଞ୍ଚଳ ଜୋର ଚର୍ଚ୍ଚା ଧରିଛି । ଉକ୍ତ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କରମତଲା ଅଞ୍ଚଳରେ । ଗତ ଶନିବାର ଏକ ଘରୋଇ ବସରେ ଜଣେ ବ୍ୟକ୍ତି ବଲାଙ୍ଗିର ଯାଉଥିବା ବେଳେ ସଇଁତଲା ସ୍ଥିତ ଡ଼ୁମାଲପଡା ଛକରେ ହଠାତ ତାଙ୍କର ମୃତ ଘଟିଥିଲା । ମୃତ ବ୍ୟକ୍ତିଙ୍କ ନାମ ରାଜୁ ନାଏକ (୬୫) କରମତଲା ଅଞ୍ଚଳରେ ବସବାସ କରି ପରିବାର ପୋଷଣ କରି ଆସୁଥିଲେ ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ଶନିବାର ଦିନ ସକାଳ ୮ ଘଣ୍ଟା ସମୟରେ ଏକ ଘରୋଇ ବସ ଯାଉଥିବା ବେଳେ ରାଜୁଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । କିଛି ଲୋକ ସ୍ଥାନୀୟ ସଇଁତଲା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ରାଜୁଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଡାକ୍ତରଖାନାରେ ପରିବାରର କେବଳ ୨ ଜଣ ମହିଳା ବ୍ୟତୀତ କୌଣସି ପୁରୁଷ ଲୋକ ନ ଥିବାରୁ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରିବା ପାଇଁ ପରିବାର ଲୋକେ ଅସହାୟ ହୋଇ ପଡିଥିଲେ । ଖବର ପାଇଁ ଘଟଣାସ୍ଥଳରେ ସମାଜସେବୀ ଲୋକନାଥ ବଗର୍ତ୍ତୀ ଓ ପ୍ରଶାନ୍ତ ରଣାଙ୍କ ପ୍ରଚେଷ୍ଟାରେ ଡେଙ୍ଗ ଗ୍ରାମ ଖ୍ରୀଷ୍ଟିଆନ ଉଦ୍‌ଯୋଗ ସମିତି ସଂଗଠନ ତରଫରୁ ସ୍ଥାନୀୟ ବ୍ରାହ୍ମଣୀ ଗାଁର ଯୋର ଓ ଲାନ୍ଥନଦୀ ସଙ୍ଗମ ଠାରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଉକ୍ତ କାର୍ଯ୍ୟରେ ସମିତିର ସଭାପତି ଶେଖର କୁମାର ସାଗର ଓ ଉପଦେଷ୍ଟା ହୋସେନ୍ ସାଗରଙ୍କ ପରିଚାଳନାରେ ଲାନ୍ଥନଦୀ ନିକଟରେ ସମାଧି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଉକ୍ତ କାର୍ଯ୍ୟରେ ସମିତିର ଏସ୍.ବି.ଇଟରସନ୍, ବିଶ୍ୱଜିତ୍ ନାଗ, କୁମୁଦ ନାଗ, ରୋଶନ ସାଗର, ଆଶିଷ ସୁନା ଏବଂ ଇସହାକ ସାଗର ପ୍ରମୁଖ ସାମିଲ ହୋଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ମୃତ ରାଜୁ ନାଏକ ଦୀର୍ଘ ଦିନ ଧରି କରମତଲା ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହି ଆସୁଥିଲେ । ସେ ଶ୍ୱାସ ରୋଗରେ ପୀଡିତ ଥିଲେ । ତାଙ୍କର ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ତେଣୁ ପ୍ରଶାସନ ତରଫରୁ ଉକ୍ତ ଗରିବ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.