ରାଜନୈତିକ ଉଷ୍ଣତା ମଧ୍ୟରେ ବି ମାନବିକତା ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନେଲେ ଡାକ୍ତରଖାନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ତାତି ଜୋର ଧରିଥିବା ବେଳେ ନିଜର ମାନବିକତାକୁ ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ । ଏହି କ୍ରମରେ ସେ ଜଣେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ହସ୍ପିଟାଲ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ଆଜି ପାଇକମାଲ ବ୍ଲକର ଟେମରି ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ରାସ୍ତା କଡରେ ପଡିଥିବା ଜଣେ ବାଇକ୍ ଆରୋହୀଙ୍କୁ ଦେଖି ଗାଡିରୁ ଓହ୍ଲାଇ ପଡିବା ସହ ତୁରନ୍ତ ତାଙ୍କୁ ଉଠାଇ ଆମ୍ବୁଲାନ୍ସ ଡାକି ପଦ୍ମପୁର ଚିକିତ୍ସାଳୟକୁ ପଠାଇଛନ୍ତି ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ । ଉପନିର୍ବାଚନରେ ଜଣେ ଏଭଳି ଦରଦୀ ମଣିଷ ହିଁ ବିଜୟୀ ହେବା କଥା ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.