ମାନସିକ ବିକୃତା ହେଲେ ବି ରହିଛି ମାନବିକତା : କୁକୁରକୁ ଖାଇବା ପାଇଁ ଦେଉଛି ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ବାସ୍ତବରେ ଲୋକ ସେବା ସହଯୋଗ କଲେ ଅନେକ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥାଏ । ହେଲେ ଏହି ମଣିଷ ସମାଜରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା କଡରେ ଜୀବନ କାଟୁଥିବା, ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ନୂଆଁ ଜୀବନ ଦେଇ ଥାଆନ୍ତି । ହେଲେ ବଲାଙ୍ଗିର ଜିଲ୍ଲାରେ ରାସ୍ତା କଡରେ ଅନେକ ମାନସିକ ବିକୃତ ମହିଳା ଓ ପୁରୁଷମାନେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ସେହିଭଳି ଲୋକଙ୍କ ପାଇଁ ସେବା ଯୋଗାଇବା ବାସ୍ତବରେ କାଠିକର ହୋଇ ପଡିଥାଏ । ହେଲେ ସେମାନେ ଭୋକ ଉପାସରେ ଆଶ୍ରୟ ନେଇଥିଲେ ମଧ୍ୟ ଆହା ବୋଲିବା ପାଇଁ କେହିଁ ନଥିବା ବେଳେ ଖାଇବା ପାଇଁ କେହି ବି ଦିଅନ୍ତି ନାହିଁ । ନିଜେ ପଛେ ଭୋକ ଉପାସରେ ଆଶ୍ରୟ ନେଉଥିବା ବେଳେ କୁକୁରକୁ ଖାଇବା ପାଇଁ ଖାଦ୍ୟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନବୀନ ଛକ ରାସ୍ତାରୁ ବ୍ଳକ ଛକ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ବିକୃତା ମହିଳା ଜଣଙ୍କ ନିଜ ପେଟ ପାଇଁ ଖାଇବା ପାଇଁ କିଛି ଖାଦ୍ୟ ଆଣୁଥିବା ବେଳେ ସେହି ସ୍ଥାନରେ ଏକ କୁକୁର ରହିଥିଲା କିନ୍ତୁ ନିଜେ ନ ଖାଇ କୁକୁରକୁ ଖାଇବା ପାଇଁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ମାନସିକ ଭାରସାମ୍ୟ ହରାଇଥିବା ମହିଳା ଜଣକ ସ୍ଥାନୀୟ ଡାକ୍ତରଖାନାରେ ଆଶ୍ରୟ ନେଇଥିବା ବେଳେ ଯିଏ ଖାଇବା ପାଇଁ ଦିଏ ଖାଇ ଦିଏ ନ ହେଲେ ଭୋକ ଉପାସରେ ଦିନ କାଟୁ ଥାଏ । ତେବେ ଏବେବି ମଣିଷ ପଣିଆ ଜଣେ ମାନସିକ ଭାରସାମ୍ୟ ହରାଇଥିବା ମହିଳା ଭିତରେ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.