jayashree

ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜାର କଳସ ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ ସ୍ଥାନୀୟ ଗ୍ରାମବାସୀ ମା’ଭଉଣୀମାନେ ସହ ସହ ସଂଖ୍ୟାରେ କଳସ ଯାତ୍ରା ବିରାଟ ପଟୁଆରାରେ ବାହାରି ବସ୍ତି ପରିକ୍ରମା କରି ଦେବନ୍ଧରୁ କଳସୀରେରେ ଜଳ ଆଣି ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥିଲା । ଏହି ପରିକ୍ରମା ଯାତ୍ରାରେ ଘଣ୍ଟ, ଶଙ୍ଖ, ବାଜା, କୀର୍ତ୍ତନ୍ୟର ତାଳେ ତାଳେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ । ପୂଜାକର୍ତ୍ତା ଭାବେ ପଦମନ ବେହେରା ଓ ଧର୍ମପତ୍ନୀ କିଆଁଫୂଲ ବେହେରା କାର୍ଯ୍ୟ ସମ୍ପାଦନା କରିଥିଲେ । ମୁଖ୍ୟ ପୂଜକ ଭାବରେ ଡଃ .ନାରାୟଣ ମିଶ୍ର ଓ ହୃଷିକେଶ ଦାଶ, ଆର୍ତ୍ତତ୍ରାଣ ଦାସ ଓ ଗ୍ରାମ୍ୟ କମିଟି କାର୍ଯ୍ୟକର୍ତ୍ତା ରତ୍ନମନୀ ବେହେରା, ପ୍ରଭୁଲାଲ ବେହେରା, ସତ୍ୟ ପୁଟେଲ, ବନମାଳି ପୁଟେଲ, ଧନିରାମ ପୁଟେଲ, ନୃପତି ବେହେରା, ହରେକୃଷ୍ଣ ବେହେରା, ସୁନୀଲ, ସୁଶାନ୍ତ କୁମାର ବେହେରା, କୁଶ ବେହେରା, ଗୁଣ ଭୋଇ ପ୍ରମୁଖ କାର୍ଯ୍ୟନିର୍ବାହ କରିଥିଲେ । ଉପଦେଷ୍ଟା ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ବେହେରାଙ୍କ ତତ୍ତ୍ୱାବାଧାନରେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନା ହେଉଛି ।

Leave A Reply

Your email address will not be published.