oom

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାମଜୀ ଯୁବକ ସଂଘ ତଥା ସୁଶ୍ରୀ ନର୍ସିଂ କଲେଜର ମିଳିତ ସହଯୋଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଦୌରା ଜର୍ଜ ଡ. ପବିତ୍ର ମୋହନ ସାମଲ, ଫେମିଲି କୋର୍ଟ ଜର୍ଜ ବିକ୍ରମ କେଶରୀ ପଟ୍ଟନାୟକ, ଭିଜିଲେନସ୍‌ ଜର୍ଜ ମଳୟ ରଂଜନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦକ ପବିତ୍ରା ନନ୍ଦ ପ୍ରଧାନ, ରାମଜୀ ଯୁବକ ସଂଘ ତଥା ସୁଶ୍ରୀ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ସୁଶ୍ରୀ ନର୍ସିଂ କଲେଜର ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ମଞ୍ଚାସୀନ ଥିଲେ । ସଭା ପ୍ରାରମ୍ଭରୁ ସଂପାଦକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରି ଯେଉଁମାନେ ଆଇନ ସେବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ଆଇନ ସେବା ପ୍ରାଧିକରଣ ଜରିଆରେ କିପରି ଆଇନ ସେବା ଯୋଗାଇ ଦିଆ ଯାଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । ଫେମିଲି କୋର୍ଟ ଜର୍ଜ ଶ୍ରୀ ପଟ୍ଟନାୟକ ଭୀମ ଭୋଇଙ୍କ ବାଣୀରୁ ବକ୍ତବ୍ୟ ଆରମ୍ଭ କରି ଆଇନ ସେବା ପର୍ଯ୍ୟନ୍ତ ସମ୍ୟକ ଧାରଣା ଦେଇଥିଲେ । ଭିଜିଲାନ୍ସ ଜର୍ଜ ଶ୍ରୀ ଦାଶ ମାନବ ଅଧିକାର ଉପରେ ଏକ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଓକିଲ ସଂଘର ସଂପାଦକ ପ୍ରମୋଦ କୁମାର ବହିଦାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଆଇନ ସଚେତନତା କରୁଥିବାରୁ ସାଧୁବାଦ ଜଣାଇଥିଲେ । ଜିଲ୍ଲା ଦୌରା ଜର୍ଜ ଡ. ସାମଲ ଆଇନର ବିଭିନ୍ନ ଦିଗକୁ ସୁନ୍ଦର ଭାବରେ ସଂକ୍ଷେପରେ ବର୍ଣ୍ଣନା କରି ସମସ୍ତ ନାଗରିକ ନିଜର କର୍ତ୍ତବ୍ୟ କରିବା ସଙ୍ଗେସଙ୍ଗେ ଅଧିକାର ସାବ୍ୟସ୍ତ କରିବାର ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟାନ୍ୟ ଜର୍ଜ ମାନଙ୍କ ସମେତ ରାମଜୀ ଯୁବକ ସଂଘର କର୍ମକର୍ତ୍ତା, ସୁଶ୍ରୀ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଯୋଗଦାନ କରିଥିଲେ । ଶେଷରେ ସାଇଟର ପ୍ରଶାସନିକ ଅଧିକାରୀ ସଂନ୍ତୋଷ କୁମାର ବ୍ରହ୍ମା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.