ମୁରିବାହଲ ବ୍ଲକରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଠନ ଦିବସ ପାଳିତ

ମୁରିବାହଲ, (କେପିଏନ୍‌ଏସ୍‌) : ମୁରିବାହଲ ବ୍ଲକ ଅନ୍ତର୍ଗତ ଟଟୋପଡ଼ା ଗ୍ରାମରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ, ବଲାଙ୍ଗିର ବୋର୍ଡ ଓ ଗ୍ରାମର ବାପୁଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଗଠନ ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ସୁକାନ୍ତ କୁମାର ମେହେରଙ୍କ ନିର୍ଦେଶ କ୍ରମେ ଜୟନ୍ତ କୁମାର ସାହୁ ଓ ତେଜୁରାମ ସାହୁ (ସଦସ୍ୟ, ମାନବ ଅଧିକାର ପରିଷଦ) ଓ ଭାର୍ଗବ ଚନ୍ଦ୍ର ପୁଟେଲ ଏହାର ଲକ୍ଷ୍ୟ ଓ ସମାଜରେ ତାହାର ସେବା ପ୍ରଦାନର ମହତ୍ତ୍ଵ ସମ୍ପର୍କରେ ଗ୍ରାମବାସୀଙ୍କୁ ଉଦବୋଧନ କରିଥିଲେ । ଅଞ୍ଚଳବାସୀ କିପରି ସରକାରଙ୍କ ସମସ୍ତ ଯୋଜନାରୁ ଲାଭନ୍ୱିତ ହେବେ, ଦୁର୍ନୀତି ନିରାକରଣ କିପରି ହେବ ଓ ନିଜର ଅଧିକାର ସମ୍ପର୍କରେ ସଚେତନ ରହିବା ଦିଗରେ ଶ୍ରୀ ସାହୁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଛୋଟ ଶିଶୁମାନଙ୍କୁ ସାମିଲ କରାଯାଇ ସେମାନଙ୍କୁ ଖାତା, କଲମ ଓ ମିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ମୈଧର୍ଯ୍ୟ ଯାନୀ, ହରିଶ୍ଚନ୍ଦ୍ର ସାହୁ, ଧନସିଂ ସାହୁ, ଭୀଷ୍ମ ଜାନି, ମୁଖ୍ୟରାଜ ସାହୁ, ଲୌତୁମ ସାହୁ, ହିରଧର ସାହୁ, ହରେକୃଷ୍ଣ ସାହୁ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.