ମ.ରାମପୁର ରାମଲୀଳା ମହୋତ୍ସବ : ପ୍ରଥମ ଦିନରେ ମନ ମୋହିଲା ଆଦ୍ୟ କାଣ୍ଡ

ମ.ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ଶ୍ରୀରାମ ଲୀଳା ମହୋତ୍ସବର ପ୍ରଥମ ତଥା ଉଦଘାଟନୀ ରଜନୀରେ ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ତ୍ରୟୋଦଶତମ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ । ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଞ୍ଚପୂଜନ ଓ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ । ଏହି ଅବସରରେ କାନ୍ଦେଗାଁର ବରିଷ୍ଠ କଳାକାର କୁମନ ମାଝୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ବରିଷ୍ଠ ସଦସ୍ୟ ନାରାୟନ ମାହାଲିକ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଗୁରୁମା ସସ୍ମିତା ଆଚାର୍ଯ୍ୟ ଆଦ୍ୟ କାଣ୍ଡରେ ଅଭିନୀତ ହେବାକୁ ଥିବା ଦୃଶ୍ୟମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମଞ୍ଚ ଉଦ୍‌ଘାଟନ ପରେ ସ୍ୱର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ, ବୀରେନ୍ଦ୍ର ରଥଙ୍କ ସହ ନିର୍ଦେଶନା ଦାୟିତ୍ଵରେ ଏବଂ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ରାମଲୀଳାର ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେଇଥିଲା । ବିଭିନ୍ନ ଭୂମିକା ଯଥା:- ନାରଦ/ନାବିକ/ ମନ୍ଥରା: ଦିଲୀପ ତ୍ରିପାଠୀ, ବ୍ରହ୍ମା: ଅରୁଣ ହାତୀ, ଶିବ: ଅଜିତ ସିଂ, ରତ୍ନାକର/ବାଲ୍ମୀକି: ସୁନୀଲ ବାରିକ, ଅନ୍ଧକ: ଶ୍ରୀପତି ପଟ୍ଟନାୟକ, ସତ୍ୟବତୀ: କେଶବ ଦାଣ୍ଡିଆ, ଶ୍ରବଣ କୁମାର : ପ୍ରଦୀପ ସିଂ, ବେଦମତୀ/ସୀତା : ବିପ୍ର ମାଝୀ, ରାବଣ: ସାଇ ପ୍ରସାଦ ମହାରଣା, ଦଶରଥ: ବିକାଶ ଆଚାର୍ଯ୍ୟ, ବଶିଷ୍ଠ: ଡମ୍ବରୁ ଧର ଭୋଇ, ବିଶ୍ଵାମିତ୍ର: ବିଶେଶ୍ୱର ମହାନ୍ତି, ରାମ: ଅମନ୍ ରାୟଗୁରୁ, ଲକ୍ଷ୍ମଣ/ବିଷ୍ଣୁ: ଶାଶ୍ଵତ ଦଣ୍ଡିଆ, ଭରତ:ଅରୁଣ ହାତୀ, ଶତ୍ରୁଘ୍ନ: ଅକ୍ରୁର ମହାରଣା, ସୁମନ୍ତ୍ର: ଉପେନ୍ଦ୍ର ମହାଖୁଡ଼, ଇନ୍ଦ୍ର ଦେବେନ୍ଦ୍ର ମହାନ୍ତି, ଲୋମପାଦ ତନ୍ମୟ ପୁଝାରୀ, ବାମଦେବ ବସନ୍ତ ନାୟକ, ପଦ୍ମକର ମହେନ୍ଦ୍ର ଭାଏସାଲ ଓ ନୃତ୍ୟରେ ଆଦ୍ୟାଶା ପୁରୋହିତ, ଅଦ୍ୟାଶା ନାଥ, ଅପରାଜିତା ପାଣି, ଜସ୍ମିନ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠଦାନ କରିଥିଲେ ସନ୍ତୋଷ କୁମାର ଦୂବେ, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତିରେଖା ପାଢ଼ୀ, ଅନୁରାଗ, ମୁସ୍କାନ, ବାଦ୍ୟଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, କାହ୍ନା, ସୁନିଲ ବିଭାର, ପ୍ରଶାନ୍ତ ସାହୁ । ରୂପସଜ୍ଜା ଦୀନବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ ମହାଲିକ, ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଗଣେଶ ମହାରଣା, ଶରତ ଚନ୍ଦ୍ର ମହାରଣା, ଚିତ୍ତରଂଜନ ବାଗ, ସନାତନ ପଣ୍ଡା, ଚିରାଗ ସିଂହଦେଓ, ପ୍ରଦୀପ ସାହାଣୀ, କେଶବ ମାଝୀ, ଧିରେନ୍ ନାୟକ, ମଣ୍ଟ ଦୁବେ, କାଳୀ ନାୟକ, ପିଙ୍କୁ ଧଙ୍ଗଡ଼ାମାଝୀ ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳା ଆସନ୍ତା ୮ ତାରିଖ ଯାଏଁ ଚାଲିବ ବୋଲି ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.