ଅନୁଗୋଳରେ କାର୍ଯ୍ୟକର୍ତ୍ତାଙ୍କ ସହ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

  • ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମେଦ ବହୁଳତା ବିରୋଧୀ
  • ଲଢ଼େଇରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ନିଜର ଖାଦ୍ୟ ପଦ୍ଧତିରୁ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ନେଲେ ନିଷ୍ପତି
  • ନିଜର ସହଯୋଗୀ, ଆତ୍ମୀୟ ଓ ପରିବାରର ଅନ୍ୟୂନ ୧୦ ଜଣଙ୍କୁ ସଚେତନ କରାଇବା ପାଇଁ ଦେଲେ ପରାମର୍ଶ
  • ପରୀକ୍ଷା ପେ ଚର୍ଚ୍ଚା – ୨୦୨୫ ଉପରେ ଆଲୋକପାତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ଅନୁଗୋଳ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୯ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ କାର୍ଯ୍ୟକର୍ତ୍ତାମାନଙ୍କ ଗହଣରେ ଶୁଣିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ମେଦ ବହୁଳତା ବିରୋଧୀ ଲଢ଼େଇରେ ଜନଆନ୍ଦୋଳନରେ ସାମିଲ ହୋଇ ନିଜର ଖାଦ୍ୟ ପଦ୍ଧତିରୁ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ନିଷ୍ପତି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ କୀ ବାତ୍ କାର୍ଯ୍ୟକ୍ରମକୁ ଏକ ଅଭିନବ ଅନୁଷ୍ଠାନରେ ପରିଣତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଆଲୋଚନା ଭାରତର ସାମୂହିକ ଶକ୍ତିକୁ ପ୍ରତିଫଳିତ କରୁଛି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନସାଧାରଣ ବିଶେଷ ଭାବରେ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଁ ମଧ୍ୟ ଏହି ଜନଆନ୍ଦୋଳନରେ ସାମିଲ ହେଉଛି । ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଜନଆନ୍ଦୋଳନରେ ସାମିଲ ହୋଇ ଆମର ଖାଦ୍ୟ ପଦ୍ଧତିରେ ୧୦ ପ୍ରତିଶତ ତେଲ କମ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାଇବା । ଅନ୍ତତଃ ନିଜର ସହଯୋଗୀ, ଆତ୍ମୀୟ ଓ ପରିବାରର ୧୦ ଜଣଙ୍କୁ ଏହି ବିଷୟରେ ସଚେତନ କରାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଦେଶର ବୈଜ୍ଞାନିକଙ୍କ କ୍ଷମତା, ଅନ୍ତରୀକ୍ଷ କ୍ଷେତ୍ରରେ ଇସ୍ରୋର ସଫଳତା, ନାରୀଶକ୍ତି, ଭାରତର ଡିପଟେକ୍ ଏଆଇ ମିଶନ, ଖେଲୋ ଇଣ୍ଡିଆ ସହ ଯୁବବର୍ଗଙ୍କୁ ସୁସ୍ଥ ରହିବାର ମନ୍ତ୍ର ଦେଇଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀ ଦେଇଥିବା ଉଦାହରଣ ଏବଂ ଅନ୍ୟାନ୍ୟ ଉପାଦେୟ ପରାମର୍ଶ ଜନସାଧାରଣଙ୍କୁ ଅନୁପ୍ରାଣିତ କରିଛି । ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା – ୨୦୨୫ ଉପରେ ଆଲୋକପାତ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଚଳିତ ବର୍ଷର ସଂସ୍କରଣରେ ପରୀକ୍ଷା ସହ ସ୍ୱାସ୍ଥ୍ୟ, ବୈଷୟିକ ଜ୍ଞାନକୌଶଳ, ଏଆଇ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏଗଜାମ୍ ଓ୍ୱାରିୟର୍ସଙ୍କୁ ଚାପ ମୁକ୍ତ କରାଇବା ସହ ଆତ୍ମବିଶ୍ୱାସ ଜାଗ୍ରତ କରାଇବ । ଏହାବ୍ୟତୀତ ମହିଳା ନେତୃତ୍ୱକାରୀଙ୍କୁ ନମୋ ଆପରେ ଯୋଡିହେବା ପାଇଁ ସେ ଅପିଲ୍ କରିଛନ୍ତି ।

Leave A Reply

Your email address will not be published.