om academy

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

jsm
  • ଉପକୂଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ
    ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ- ଧର୍ମେନ୍ଦ୍ର ପ୍ରଧାନ
    • ଟିବି ମୁକ୍ତ ଭାରତ ପାଇଁ ଦେଶବାସୀଙ୍କ ଜନ-ଭାଗିଦାରୀ ପ୍ରଶଂସନୀୟ
    • ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶକ୍ତିଶାଳୀ ମାଧ୍ୟମ ହୋଇଛି
    • ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସମସ୍ତେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବା

ଭୁବନେଶ୍ୱର/ ଅନୁଗୋଳ, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି । ଏହି ସଂସ୍କରଣରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଏହି କାମ କରିବା ପାଇଁ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ କି ବାତରେ ସ୍ୱଚ୍ଛତା, ଯୁବଶକ୍ତିର କ୍ଷମତା, ଜଳବାୟୁ ପରିବର୍ତ୍ତନ ଏବଂ ଭୋକାଲ ଫର୍ ଲୋକାଲ ଭଳି ଅନେକ ଶିକ୍ଷଣୀୟ ବିଷୟ ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାର ‘ଆମେ ଓଡ଼ିଆ’ ସଂଗଠନ ଭଳି ବିଭିନ୍ନ ରାଜ୍ୟର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପକୂଳ ଅଞ୍ଚଳ ତଥା ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଅନେକ ସ୍ୱେଚ୍ଛାସେବୀ ସଂଗଠନର ଆତ୍ମବିଶ୍ୱାସକୁ ଦୃଢ଼ କରିବା ସହ ‘ସ୍ୱଚ୍ଛ ସାଗର ଓ ସୁରକ୍ଷିତ ସାଗର’ ପାଇଁ ପ୍ରେରିତ କରିବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଟିବି ମୁକ୍ତ ଭାରତ ପାଇଁ ଜନ-ଭାଗିଦାରୀ ତଥା ଏହି ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କ ଉତ୍ସାହ ପ୍ରଂଶସନୀୟ । ଏହିଭଳି ସାମାଜିକ ପରିବର୍ତ୍ତନ ସହ ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସମସ୍ତେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବା ସହ ନିଜର କର୍ତ୍ତବ୍ୟ ପାଳନ କରିବା । ଜାତୀୟ କ୍ରୀଡ଼ାକୁ ଅନୁସରଣ କରିବା ସହ ଆମ କ୍ରୀଡ଼ାବିତଙ୍କ ମନୋବଳକୁ ବଢ଼ାଇବା ପାଇଁ ଶ୍ରୀ ପ୍ରଧାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

Leave A Reply

Your email address will not be published.