ମମିତାଙ୍କୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଆଜି ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ଜୋରଦାର ପ୍ରତିବାଦ କରିଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଶତାଧିକ ମହିଳା କର୍ମୀ ସ୍ଥାନୀୟ ଏସ୍‌ପି ଅଫିସ ସାମ୍ନାରୁ କଚେରୀ ଛକ ପର୍ଯ୍ୟନ୍ତ କୋକେଇ ଶୋଭାଯାତ୍ରା କରିଥିଲେ । ଉକ୍ତ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ବିଜେଡି କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ କରିଥିଲେ । ଏହି କୋକେଇ ଶୋଭାଯାତ୍ରାରେ ମହିଳା ମାନେ କୋକେଇରେ ଏକ କୁଶ ପୁତ୍ତଳିକା ଆଣି ବିଜେଡି ବିରୁଦ୍ଧରେ ନାରବାଜି କରିବା ସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ରଜିଂତା ପାଣିଗ୍ରାହୀ, ସଞ୍ଜୁ ନାୟକ, ସରିତା ଯୋଷୀ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ଅନୁଛାୟା ବାବୁ, ସଶ୍ମିତା ବେହେରା, ସୌଦାମିନି ମିଶ୍ର, ଅନିତା ମିଶ୍ର, ଅଞ୍ଜନା ଭୋଇ, ସୁଲୋଚନା ମଲ୍ଲିକ, ଗାୟତ୍ରୀ ଦାସ, ନିଲାଦ୍ରୀ ଖରସେଲ, ବର୍ଷା ବଗର୍ତ୍ତୀ, କୁମୁଦିନୀ ରଣା, ଭଗବତୀ ଧରୁଆ, ଦେବକୀ ତାଣ୍ଡି, ସବିତା ସରାପ୍, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ପିତାମ୍ବର ଖମାରୀ, ଅଜୟ ଶର୍ମା, ସନ୍ତୋଷ ସାହୁ, ଆଶିଷ ଦୋରା, ଧର୍ମେନ୍ଦ୍ର ଅଗ୍ରୱାଲ, ଦୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.