ମମିତା ହତ୍ୟା ମାମଲା : କାର୍ଯ୍ୟାନୁଷ୍ଠାନ ଦାବୀ ତେଜୁଛି, ଉପଯୁକ୍ତ ନ୍ୟାୟ ସହ କ୍ଷତିପୂରଣ ଦାବୀ କଲା ନିଖିଳ ଓଡ଼ିଶା ମେହେର ସମାଜ

ନୂଆପଡ଼ା, (ନିରାକାର ମେହେର) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ନିଖିଳ ଓଡ଼ିଶା ମେହେର ସମାଜ ଘୋର ନିନ୍ଦା କରିଛି । ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ତତ୍ୱାବଧାନରେ ଏବଂ କାର୍ୟ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେରଙ୍କ ନେତୃତ୍ୱରେ ସମାଜର ପ୍ରାୟ ୧୦୦ ଜଣିଆ ଏକ ପ୍ରତିନିଧି ଦଳ ମମିତାଙ୍କ ଗାଁ ଝରଣୀକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ସ୍ୱାନ୍ତ୍ୱନା ପ୍ରଦାନ କରିଥି ସମାଜ ତରଫରୁ ମମିତାଙ୍କ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ପରେ ବଲାଙ୍ଗିର ଆସି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସାତଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥି‌ଲେ । ଦାବୀ ମୁତାବକ, ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ତ ଓ ଘଟଣାରେ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ତ ବିଧାନ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ମମିତାଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ ଆଦି ରହିଛି । ଏହି ପ୍ରତିନିଧି ଦଳରେ କୋଷାଧ୍ୟକ୍ଷ ଗୋପବନ୍ଧୁ ମେହେର, ଉପସଭାପତି ସନ୍ତୋଷ ମେହେର, ଡାଲିମ୍ୱ ମେହେର, ପରାମର୍ଶଦାତା ଡମ୍ୱରୁଧର ମେହେର, ବେଲପଡ଼ା କେନ୍ଦ୍ର ବୋର୍ଡ ସଭାପତି ଚୂଡ଼ାମଣି ମେହେର, କଳାହାଣ୍ଡି ସଭାପତି ଦିଲୀପ ମେହେର, ନୂଆପଡ଼ା ଜିଲ୍ଲା ସମ୍ପାଦକ ନବୀନ ମେହେର, ଅଭିରାମ ମେହେର, ସିନାପାଲି ସଭାପତି ଚନ୍ଦ୍ରଶେଖର ମେହେର, ସମ୍ପାଦକ ବୈଷ୍ଣବ ମେହେର, ବଲାଙ୍ଗିର ସଭାପତି ହରେକୃଷ୍ଣ ମେହେର, ବଲାଙ୍ଗିର ଯୁବମଞ୍ଚ ସଭାପତି ସନ୍ତୋଷ ମେହେର, ସିନାପାଲି ଯୁବମଞ୍ଚ ସଭାପତି ଆଲୋକ ମେହେର, ଟେଣୋ ମେହେର, ଲିଙ୍ଗରାଜ ମେହେର, ଖୁସିରାମ ମେହେର, ରାମକୃଷ୍ଣ ମେହେର, ମହେଶ୍ୱର ମେହେର, ନୀଳାଞ୍ଚଳ ମେହେର, ସାନୁର୍ଯ୍ୟ ମେହେର, ଶଙ୍କର ମେହେର, ପ୍ରବୀଣ ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.