om academy

ମମତା ଯୋଜନାର ମହାଘୋଟାଲା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ପଞ୍ଚାୟତ ଦହିଗାଁ (କ)କେନ୍ଦ୍ରର ଅଙ୍ଗନୱାଡି ଦିଦି ଗନ୍ଧବୀ ସାହୁ ମମତା ଯୋଜନର ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଦହିଗାଁର ମମିତା ବରିହା (୩୧) ସ୍ୱାମୀ ସୁକୁମାର ବରିହା ଅଭିଯୋଗ ଅନୁଯାୟୀ ମମତା ଯୋଜନାର ୭ ହଜାର ଟଙ୍କା ଏକ ବର୍ଷ ହେଲାଣି ପାଇନାହାନ୍ତି, ଏପଟେ ଅଙ୍ଗନୱାଡି ଦିଦି କହୁଛନ୍ତି ବ୍ୟାଙ୍କ ଖାତାରେ ପଡିଛି । ଏନେଇ ମମିତା ବରିହା ଓ ତାଙ୍କ ସ୍ୱାମୀ ସୁକୁମାର ବରିହା ବ୍ୟାଙ୍କକୁ ଯାଇ ବ୍ୟାଙ୍କ ଖାତା ଚେକ୍‌ କରିବାରୁ ତାହା ଅନ୍ୟ ଏକ ବ୍ୟାଙ୍କ ଖାତାରେ ପଡିଛି ବୋଲି ବ୍ୟାଙ୍କ କର୍ମଚାରୀ କହିଲେ । ସରକାର ମାଁ ଓ ଶିଶୁମାନଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନ କରିଛନ୍ତି କିନ୍ତୁ ଏଠି ଓଲଟା ଚିତ୍ର ଦେଖିବାକୁ ମିଳିଛି । ସବୁଦିନ ଠିକ୍‌ ସମୟରେ ଆସୁନାହାନ୍ତି ଓ ପାଠ ପଢାଉ ନାହାନ୍ତି ବୋଲି ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଓ ଏହାର ସଠିକ ତଦନ୍ତ କରି ମମିତା ବରିହା ମମତା ଯୋଜନାର ଟଙ୍କା ଦିଆଯାଉ ଏବଂ ଅଙ୍ଗନୱାଡି ଦିଦିଙ୍କ ଅନ୍ୟତ୍ର ବଦଳି କରାଯାଉ ବୋଲି ଉପରିସ୍ଥ ଅଧିକାରୀ ପାଖରେ ଦାବୀ ରଖିଛନ୍ତି ।

Leave A Reply

Your email address will not be published.