oum

କେନ୍ଦୁପତ୍ର ବିଭାଗରେ ଭତ୍ତା ପାଉଥିବା ବୟସ୍କ ମହିଳାମାନଙ୍କୁ କାମରେ ଲଗାଇ ମାଲେ ମାଲ୍‌ ଅଧିକାରୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ସାନସାହାଜବାହାଲ କେନ୍ଦୁପତ୍ର ଫଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଚଣ୍ଡ ଖରାରେ ବୟସ୍କ ବୃଦ୍ଧା ମହିଳା ଯେଉଁମାନେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଉଛନ୍ତି ସେହିମାନଙ୍କୁ କେନ୍ଦୁପତ୍ର ଓଲଟାଇବା, ଝଡେଇ, ବୁହେଇ ଓ ରଚେଇ କାମ କରିବା ପାଇଁ ନିଯୁକ୍ତି କରାଯାଇଛି । କାରଣ ଏମାନଙ୍କୁ ଅଳ୍ପ କେଇଟା ଟଙ୍କା ମଜୁରୀ ଦେଇ ଏହାର ସିଂହ ଭାଗ ଅଧିକାରୀ ମାନେ ହଡ଼ପ୍‌ କରୁଥିବାର ଅଭିଯୋଗ ହୋଇଛି । ଉକ୍ତ କାମରେ ନିଯୁକ୍ତ ଥିବା ମହିଳାମାନେ କେତେ ଟଙ୍କା ମଜୁରୀ ପାଇବେ ତାଙ୍କୁ ଜଣା ନାହିଁ, ପୁରୁଷମାନେ ଏହି କାମ କରୁଥିବା ବେଳେ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ସେମାନଙ୍କୁ କର୍କଶ ଭାଷା କହି କାମ ବନ୍ଦ କରିଥିଲେ । ନିରୀହ ଗରିବ ବୃଦ୍ଧା ମହିଳାମାନଙ୍କୁ କମ୍ ଟଙ୍କାରେ ଅଧିକ ସମୟ କାମ କରାଇ ଅର୍ଥ ହଡପ୍‌ କରିଥିବା ଅଧିକାରୀ ମାନେ ମହିଳାମାନଙ୍କୁ କାହାରି ଆଗରେ ସତ ନ କହିବା ପାଇଁ ଚାପ ଦେଇଥିବାରୁ ମହିଳାମାନେ ଭୟରେ କେତେ ଟଙ୍କା ମିଳୁଛି ତାହା ପ୍ରକାଶ କରୁନାହାନ୍ତି । ଏ ବିଷୟରେ ଗାଇସିଲେଟ୍‌ ରେଞ୍ଜର ମହାଶୟଙ୍କୁ ପଚାରିଲେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖେଇବା ସହ ମତେ ସବୁ ନିୟମ ଜଣାଅଛି ତମେ ଯାହା କରିବା କଥା କର ବଳି ଚ୍ୟାଲେଞ୍ଜ କରୁଛନ୍ତି । ଖାଲି ସେତିକି ନୁହଁ ଅନେକ ଜାଗାରେ ନାବାଳକମାନଙ୍କୁ ମଧ୍ୟ କାମ କରାଉଥିବାର ଦେଖିବାକୁ ମିଳୁଛି । ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଖବର ପ୍ରସାରଣ କରିବା ପାଇଁ ଫଟୋ, ଭିଡିଓ ଉଠାଉଥିବାରୁ ତାଙ୍କୁ ରେଞ୍ଜର ବାବୁ ଅସମ୍ମାନ କରି ଗାଳିଗୁଲଜ କରୁଛନ୍ତି ।

Leave A Reply

Your email address will not be published.