ମଞ୍ଚେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ଭୁବନେଶ୍ଵର : ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ । ଭୁବନେଶ୍ୱରର ମଞ୍ଚେଶ୍ୱର ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍‌ଟି ଲାଇନ‌୍‌ଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, ସୋମବାର ଦିନ ଭୋର ୪ଟା ସମୟରେ ଏକ ମାଲବାହୀ ଟ୍ରେନ୍‌ଟି ମଞ୍ଚେଶ୍ୱର ଲେବୁଲ୍ କ୍ରସିଂ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ର ୮ଟି ବଗି ଟ୍ରାକ୍‌ରୁ ଖସିଯାଇଥିବା ଦେଖିବାକୁ ମିଳିଛି । ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହେବା ଦ୍ୱାରା ସେହି ରୁଟ୍‌ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପିରିକି ସେହି ରୁଟ୍‌ରେ ଅନେକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.