ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନ୍‌ର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବେ ଟ୍ରାକ୍‌ ଉପରେ ପଡ଼ିରହିଛି । ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଛି । ସୌଭାଗ୍ୟବଶତଃ ନିକଟରେ ଥିବା ପାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି । ଦିନ ୯ଟାରୁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ବେଳେ ଏବେ ବି କାମ ଜାରି ରହିଛି । ୱଲ୍ଟିୟରରୁ ଜିନ୍ଦଲ କାରଖାନାକୁ ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ ଭୁବନେଶ୍ୱର ରେଲୱେ ଷ୍ଟେସନ ଉତ୍ତର କେବିନ୍ ନିକଟରେ ଲାଇନଚ୍ୟୁତ । ଫଳରେ ଡାଉନ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ।

Leave A Reply

Your email address will not be published.