om academy

ମଡେଲ୍‌ ହସ୍ପିଟାଲରେ ରୋଗୀ ସେବା ଅବ୍ୟବସ୍ଥା : ହିନ୍ଦ୍‌ ମଜଦୁର ସଭା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଓଡିଶାରେ ଏକମାତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲ୍‌ରେ ଗତ ବର୍ଷ ୨୦୨୩ ମସିହା ମେ’ ମାସରେ ଏକ୍ସରେ ମେସିନ୍ ଅଚଳ ହୋଇଯାଇଛି ଏ ଦୁସ୍ଥିତିରୁ ରୋଗୀଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଜୟ ପ୍ରକାଶ ହସ୍ପିଟାଲ୍‌ରେ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ୨୦୨୩ ନଭେମ୍ବର ମାସରେ ସମସ୍ତ କୁଶଳୀ ଡାକ୍ତର ୧୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏହି ଡାକ୍ତରଖାନା ସାରା ଦେଶରେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମାନଙ୍କରେ ସର୍ବାଧିକ ଲୋକପ୍ରିୟ ଏବଂ ଅପରେସନ୍‌ରେ ଏକ ନମ୍ବରରେ ଚାଲୁଥିବା ସମୟରେ ଏଠାରୁ ସମସ୍ତ କୁଶଳୀ ଡାକ୍ତରଙ୍କୁ ଅନୁଗୁଳକୁ ବଦଳି କରାଯାଇଛି । ସେଠାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଅପରେସନ କରିବା ପାଇଁ କୌଣସି ଉପକରଣ ଓ ବ୍ୟବସ୍ଥା ନଥିବାରୁ ଡାକ୍ତରମାନେ ସମ୍ପୂର୍ଣ୍ଣ ଭାବେ ନିକମା ହେବାକୁ ବସିଲେଣି । ତାସହିତ ରାଉରକେଲା ଇସ୍ପାତ କାରଖାନା ସହିତ ଅନ୍ୟାନ୍ୟ କାରଖାନାରେ ଦୁର୍ଘଟଣା ଘଟି ମାସକୁ ଶତାଧିକ ଶ୍ରମିକଙ୍କ ସେବା ପ୍ରଦାନ କରି ଆସୁଥିବା ଏହି ଡାକ୍ତରଖାନାରେ ଶଲ୍ୟ ଚିକିତ୍ସା ବିଭାଗରେ ଡାକ୍ତର ନାହାଁନ୍ତି ଏତତ୍‌ଦ୍ଵାରା ରୋଗୀଙ୍କ ସେବା ପ୍ରଦାନ କରିବା ପାଇଁ ଏହି ଡାକ୍ତରଖାନା ଅସମର୍ଥ । ମେଡ଼ିସିନ୍ ବିଭାଗ ଡାକ୍ତର ନଥିବାରୁ ରୋଗୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ଅନ୍ୟନ୍ୟ ବିଭାଗ ଯଥା ଇଏନ୍‌ଟି, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଛାତି, ଚକ୍ଷୁ ସମସ୍ତ ପ୍ରକାର ବିଭାଗ ସମ୍ପୂର୍ଣ୍ଣ ଅଚଳାବସ୍ଥା ସୃଷ୍ଟି ହେବା ପରେ ଗତ କିଛି ଦିନ ତଳେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ତରଫରୁ ଅଳ୍ପ କିଛି କିଛି ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଦେଖାଯାଇଛି । କିନ୍ତୁ ମଡେଲ୍‌ ହସ୍ପିଟାଲ୍‌ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ତତ୍କାଳୀନ ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ହୀନମାନ୍ୟତା ପାଇଁ ଏଭଳି ଅବସ୍ଥା ସୃଷ୍ଠି ହୋଇଛି, ଏହି ଅବସରରେ ମଡେଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଜୁଲାଇ ୧୦ ତାରିଖ ଭିତରେ ନକରନ୍ତି ତେବେ ଆସନ୍ତା କ୍ରାନ୍ତି ଦିବସ ତା ୯/୮/୨୪ ଦିନ ଠାରୁ ମଡେଲ୍‌ ହସ୍ପିଟାଲ୍‌ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା, ପ୍ରତିବାଦ, ବିକ୍ଷୋଭ ଓ ଅନଶନ ଆରମ୍ଭ କରି ଏହି ଡାକ୍ତରଖାନାର ସମସ୍ତ ପ୍ରକାର ଅବ୍ୟବସ୍ଥା ସୁଧୁରିବ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ପ୍ରେସ ବିବୃତ୍ତି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.