ମଏନା ଆର୍‌ ମୁନୁଷ୍‌ ଭିତରେ ଗାଢ଼ା ପ୍ରେମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର୍‌ ସମିଆଁ ଥି ମୁନୁଷ୍‌ ମୁନୁଷ୍‌ ଭିତରେ ସଂପର୍କ ପାଏନ୍‌ଚିଆ ହେଇ ଆସୁଥିବାର୍‌ ବେଲ୍‌କେ ଗୁଟେ ସୁରୁଟେ ଚେରେ ମୁନୁଷ୍‌ର ସାଂଗେ କେନ୍‌ତା ଗାଢ଼ା ସଂପର୍କ ରଖିଛେ ସେଟା ଦେଖ୍‌ଲେ କାବା ଲାଗ୍‌ସି । ବଲାଙ୍ଗିର ସହର ନୁଁ ୧୦ କିଲୋମିଟର୍‌ ଧୁରେ ରହିଥିବା ଖର୍‌ଲିକାନି ଗାଁ ନେ ଏନ୍‌ତା ଗୁଟେ ନିଆରା ଦୁରୁଶ ଦେଖ୍‌ବାର୍‌ କେ ମିଲିଛେ । ଖର୍‌ଲିକାନି ଗାଁ ନେ ରହେସନ୍‌ ସୁରେନ୍ଦ୍ର ଚନ୍ଦନ ଆଘୋ ଗୁହୁଡ଼ା ଗୁହୁଡ଼ା କୁକ୍‌ରା ପୁଷିଥିଲେ । କୁକ୍‌ରା ମାନ୍‌କୁ ଫି’ ଦିନ ଖୁଦ୍‌କୁଁଡ଼ା ଖାଏବାର୍‌ କେ ଦଉଥିଲେ । ଗୁଟେ ମଏନା ଚେରେ ସୁରେନ୍ଦ୍ର କୁକ୍‌ରା ମାନ୍‌କୁ ଚରା ଝିଟ୍‌ଲା ବେଲ୍‌କେ ସବୁଦିନେ ଦେଖୁଥିଲା । ଧୀରେ ଧୀରେ ସେ ବି ସୁରେନ୍ଦ୍ର ଝିଟୁଥିବାର ଚରା ଖାଇ ବସ୍‌ଲା । ଦିନୁ ଦିନ୍‌କେ ସୁରେନ୍ଦ୍ରଙ୍କର ସାଙ୍ଗେ ତାର୍‌ ଦୋସ୍ତି ବଢ଼ିଗଲା । ଏଭେ ସୁରେନ୍ଦ୍ରଙ୍କର ସାଙ୍ଗେ ରହୁଛେ ସେ ମଏନା ଚେରେ । ସେତାର୍‌ ଦେଖାସୁକା ଉନ୍‌ଝା ମଏନା ଦୁଇପଟ୍‌ ବି ସୁରେନ୍ଦ୍ରଙ୍କର ପାଖେ ପାଖେ ରହୁଛନ୍‌ ଏଭେ । ସୁରେନ୍ଦ୍ର ଯାହିିଁ ଗଲେ ବି ତାକର୍‌ ଫିର୍‌ବାର୍‌ ବାଟ୍‌ କେ ଟାକିଥିସନ ଇ ମଏନା ଚେରେମାନେ ।

Leave A Reply

Your email address will not be published.