oum

ମହୁମାଛି ଆକ୍ରମଣରେ ସିଆରସିଙ୍କ ସମେତ ୬ ଛାତ୍ରୀ ଆହତ

jsm

ପୁରୁଣାକଟକ : ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ବଡବନ୍ଧ କନ୍ୟାଶ୍ରମରେ ମହୁମାଛିଙ୍କ ଆକ୍ରମଣରେ ୬ ଜଣ ଅନ୍ତେବାସୀଙ୍କ ସହିତ ଦାୟିତ୍ୱରେ ଥିବା ସିଆରସି ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ କନ୍ୟାଶ୍ରମର ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପରିସରରେ ବୁଲାବୁଲି କରୁଥିଲେ । ଏହି ସମୟରେ ନିକଟରେ ଥିବା ଏକ ଆମ୍ବ ଗଛରେ ବସାବାନ୍ଧି ରହିଥିବା ମହୁମାଛି ମାନେ ହଠାତ୍ ଉଡି ଆସି ଆକ୍ରମଣ କରିଥିଲେ ।

ଫଳରେ ୬ ଜଣ ଛାତ୍ରୀଙ୍କ ସମେତ ଉପସ୍ଥିତ ଥିବା ସିଆରସି ସତ୍ୟ ନାଏକ ଆହତ ହୋଇଥିଲେ । ପୁରୁଣାକଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସମସ୍ତଙ୍କୁ ନିଆଯାଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବାରୁ କନ୍ୟାଶ୍ରମକୁ ଫେରିଥିବା ଜଣାପଡିଛି ।

Leave A Reply

Your email address will not be published.