
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପ୍ରଭୁ ଉପହାର ରି-ଟ୍ରିଟ୍ ସେଣ୍ଟର୍, ଶ୍ରୀ ରାମଚନ୍ଦ୍ରପୁର, (ବ୍ରହ୍ମପୁର) ପକ୍ଷରୁ ଆୟୋଜିତ “ସଡ଼କ ପଥରେ ଆଧ୍ୟାତ୍ମିକତା ଭାବନାର ମୂଲ୍ୟ” ସମ୍ପର୍କିତ ଜାତୀୟସ୍ତରୀୟ ସମ୍ମିଳନୀ ରବିବାର ସନ୍ଧ୍ୟାରେ ସମାହିତ ହୋଇଯାଇଛି । ବ୍ରହ୍ମାକୁମାରୀ ସଂସ୍ଥାନ ମୁଖ୍ୟକେନ୍ଦ୍ର ମାଉଣ୍ଟ ଆବୁରୁ ଆସିଥିବା ରାଜଯୋଗିନୀ ବ୍ରହ୍ମା କୁମାରୀ ଦିବ୍ୟପ୍ରଭାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ସମ୍ମିଳନୀରେ ବାଣିଜ୍ୟ ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିଥି ସମୂହଙ୍କ ସହ ଈଶ୍ୱରୀୟ ପ୍ରଦୀପ ଜାଳି ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଡ଼କ ପଥରେ ଯାତ୍ରା କଲାବେଳେ ଅବା ବାହନ ଚାଳକ କିମ୍ବା ନିଜେ ବାହନ ଚଲାଇଲା ବେଳେ ନିଜମନ ଓ ଇନ୍ଦ୍ରିୟତାରେ ଆଧ୍ୟାତ୍ମିକତା ଭାବନାରେ ସଞ୍ଜତ ରହିବା ଆବଶ୍ୟକ ଅଟେ । ଯାହା ଈଶ୍ୱରୀୟ ଭାବନା ମୂଲ୍ୟବାନ ଜୀବନ ଜରୁରୀ ଅଟେ । ସଂପର୍କୀତ ଆଲୋଚନାଚକ୍ରର ଆୟୋଜନ କରିଥିବା ନେଇ ବ୍ରହ୍ମାକୁମାରୀ ସଂସ୍ଥାନକୁ ଶ୍ରୀ ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ସଡ଼କ ଦୁର୍ଘଟଣା ପ୍ରତି ଆମ୍ଭେ ବହୁ ଗୁଣରେ ସଚେତନତା ଅଭିଯାନ ସୃଷ୍ଟି କରି ଆସୁଛୁ, ଯାହା ସମାଜ ଶୃଙ୍ଖଳିତ ହେଲେ ଗାଡ଼ି ଚଳାଇବାର ନିୟମକୁ ମାନି ଚଳିଲେ ଆମ୍ଭେ ବହୁ ମୂଲ୍ୟବାନ ଜୀବନ ଅବା ସଡ଼କ ଦୁର୍ଘଟଣାରୁ ରୋକି ପରିବା ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି । ସାତ୍ତ୍ୱିକ ଆହାର, ସାତ୍ତ୍ୱିକ ଭାଵନା ମନକୁ ସଞ୍ଜତ କରିଥାଏ, ଯାହା ଫଳରେ ସଡ଼କ ପଥରେ ଗାଡ଼ି ଚଲାଇଲା ବେଳେ ମନ ସ୍ଥିର ଓ ପ୍ରଫୁଲ୍ଲ ରହିଥାଏ, ଈଶ୍ୱରୀୟ ଭାବନା ହିଁ ସଡ଼କ ସୁରକ୍ଷା ଜୀବନ ରକ୍ଷାର ମୂଲ୍ୟ ଦେବ ବୋଲି ମହା ମନୀଷୀ ସନ୍ଥ ରାଜଯୋଗିନୀ ଗଣ ଏହି ସମ୍ମିଳନୀ ପ୍ରବର୍ତ୍ତାଇଛନ୍ତି । ପ୍ରଭୁ ଉପହାର ରି-ଟ୍ରିଟ୍ ସେଣ୍ଟରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ମାଳା ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ମାଉଣ୍ଟ ଆବୁ ମୁଖ୍ୟକେନ୍ଦ୍ରରୁ ଆସିଥିବା ବ୍ରହ୍ମାକୁମାରୀ ସଂଗୀତା ଦିଦି, କବିତା ଦିଦି ପ୍ରମୁଖ ଯୋଗଦେଇ ଏହି ଆଲୋଚନାରେ ତାତ୍ତ୍ୱିକ ଆଲୋଚନା ଦେଇଥିଲେ । ବିଜେପି ଜିଲ୍ଲା ସାଧାରଣ ସଭାପତି ଶରତ ସାବତ ମଞ୍ଚାସୀନ ଥିଲେ ।