oom

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ମହୋତ୍ସବ ଉଦ୍‌ଘାଟିତ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ଉଦ୍‌ଘାଟନ ଉତ୍ସବ ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ମହାବିଦ୍ୟାଳୟର ଅଧକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁରୋମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କବି ବିଭୁଦତ୍ତ ସାହୁ, ସାମ୍ମାନିତ ଅତିଥି ଭାବେ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତର୍କ ଶାସ୍ତ୍ର ଅଧ୍ୟାପକ ବଳରାଜ ସିଂଦେଓ ଯୋଗଦାନ କରିଥିଲେ । ଏହି ସଭାରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଯୁଧିଷ୍ଠିର ବେହେରା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ସଭାରେ ସ୍ୱାଗତ ଭାଷଣ ତଥା ମଞ୍ଚ ପରିଚାଳନା ଇଂରାଜୀ ଅଧ୍ୟାପକ ସୋମନାଥ ମେହେର କରିଥିବା ବେଳେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓଡ଼ିଆ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହା ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ମତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ସଂସ୍କୃତି ପ୍ରଚାର ପ୍ରସାର ମଧ୍ୟ ବହୁଳ ମାତ୍ରାରେ ହେବ ବୋଲି ମତ ପ୍ରକାଶ କରିଥିଲେ । ଉଦ୍‌ଘାଟନ ଉତ୍ସବ ପରେ ପ୍ରଥମ ଦିନରେ ଓଡ଼ିଆ କବିତା ପଠନ ଓ ଓଡ଼ିଆ ଗଳ୍ପ କଥନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଉଦ୍‌ଯାପନୀ ଉତ୍ସବ ସମୟରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.