- ୧୨ ରୁ ୧୪ ଯାଏଁ କୋଶଳ କଳାମଣ୍ଡଳ ଦୁଲୁକିବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ଦ୍ୱାରା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସାଂସ୍କୃତିକ, କଳା ଏବଂ ପୁରୁଣା ଲୋକକଥାକୁ ନେଇ ନାଟକ ୩ ଦିନ ଧରି ପୁରୁଣା ମଂଚରେ ଆୟୋଜିତ ହେବ । ୧୨ ଡିସେମ୍ବର ଶୁକ୍ରବାର ୧୪ ଡିସେମ୍ବର ରବିବାର ଦିନ ପର୍ଯ୍ୟନ୍ତ ଧରି ନାଟକ ଆୟୋଜିତ ହେବ । ପ୍ରଥମ- ନାଟକ ଯାଦୁବାଲା, ଦ୍ୱିତୀୟ- ସନ୍ଧ୍ୟାରେ ଉଦ୍ଘାଟନ ଓ ମଂଚପୂଜା ଓ ସାଂସ୍କୃତିକ କୋଶଳି ଗର୍ବ ଗୌରବ ନାଟକ ସମ୍ମାନ ଓ ସ୍ମରଣିକା ଆୟୋଜିତ ହେବ ଏବଂ ସ୍ମରଣିକା ତାଣ୍ଡବ ଉନ୍ମୋଚିତ ହେବ । ଏହି ନାଟକ ଉତ୍ସବ ସ୍ୱର୍ଗତ ସୁବାଷ ପୁଝାରୀଙ୍କ ସ୍ମୃତିରେ କୋଶଳ ଗୌରବ ନାଟକ ସମ୍ମାନ ଅବଦୁଲ ଜମାଲ ଖାନଙ୍କୁ ସମ୍ମାନିତ କରାଯିବ । ଦ୍ୱିତୀୟ ଦିନରେ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ଡା. ରୁଦ୍ର ନାରାୟଣ ପଟେଲଙ୍କୁ ସମ୍ମାନିତ କରାଯିବ । ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଯୁବ କଳାକାର ନଟରାଜ ସମ୍ମାନ ଦିଆଯିବ । ଏହି ଉତ୍ସବ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏବଂ ନଟରାଜ କଳାପରିଷଦର କଳାକାରମାନଙ୍କୁ ନେଇ ଦୀର୍ଘ ଏକମାସରୁ ଉର୍ଦ୍ଧ ହେବ ଆଖଡା ଶାଳ ହୋଇଥିଲା । ସଂପାଦକ ପ୍ରହ୍ଲାଦ ଦର୍ଜି ଏବଂ ଡ. ଶ୍ରୀ ମିଶ୍ର ଅଧ୍ୟକ୍ଷ, ସଭାପତି ହରି ନାରାୟଣ ପୁଜାରୀ, ପ୍ରଶାନ୍ତ ଖମାରୀ ଏବଂ ସତ୍ୟବ୍ରତ ଦାଶ ସୂଚନା ପ୍ରଦାନ କରିଛନ୍ତି ।