oom

ମୁରିବାହାଲ ମହିମା ମଠରେ ପୌଷ ପୂର୍ଣ୍ଣିମା ଉପଲକ୍ଷେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର, ଯୋଗେଶ୍ୱର ବିହାରରେ ପୌଷ ପୂର୍ଣ୍ଣିମା ଉପଲକ୍ଷେ ମହିମା ଅଲେଖ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ତଥା ମହିମା ବ୍ରହ୍ମ ଧ୍ଵନି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ମଠାଧୀଶ ସାଧୁ ସୁଶିଲ ଦାସ ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିମା ବାଲ୍ୟ ଲୀଳା, ଖଞ୍ଜଣି, ଭଜନ, ଜଣାଣ, ଚୌତିଶା, ବ୍ରହ୍ମଧୂନି ସ୍ଥାପନ, ଘୃତାହୁତି ପରେ ଶେଷରେ ପୂର୍ଣ୍ଣାହୂତି ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ସଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଧୁ ବ୍ରହ୍ମ ଅବଧୂତ ବିଭୀଷଣ ବାବା, ସାଧୁ କନ୍ଦର୍ପ ଦାସ, ସାଧୁ ଗଜିନ୍ଦ୍ର ଦାସ, ସାଧୁ ଲକ୍ଷ୍ମଣ ଦାସ, ସାଧୁ ପଦ୍ମଲୋଚନ ଦାସ, ସାଧୁ ବିଦୁର ଦାସ, ସାଧୁ ଚନ୍ଦ୍ରମଣି ଦାସ, ସାଧୁ ମନୋଜ ଦାସ, ଅବଧୂତ ତ୍ୟାଗୀ, ଅକ୍ଷୟ ତ୍ୟାଗୀ, ଅଶେଷ ତ୍ୟାଗୀ, ଅମର ତ୍ୟାଗୀ, ମନଆତ୍ମା ତ୍ୟାଗୀଙ୍କ ସହ ଶତାଧିକ ମହିମା ଧର୍ମାବଳମ୍ବୀ ସାଧୁ, ଭକ୍ତବୃନ୍ଦ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.