ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଯେଉଁ ମହାନ୍ ପରାକାଷ୍ଠା ରହିଛି, ତାହାକୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣକୁ ପହଞ୍ଚାଇବାକୁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ରାମେଶ୍ବର ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଜିଲ୍ଲା ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏବଂ ଆଇନ ଶୃଙ୍ଖଳା ଓ ପାର୍କିଂ ଉପରେ ଗୁରୁତ୍ୱ ଦେବାକୁ ଜନ ଗହଳି ଓ ଟ୍ରାଫିକ ନିୟନ୍ତ୍ରଣ ସହ ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଥିବା ବିଷୟ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାଏକ ଏହି ସମ୍ମିଳନୀରେ ସୂଚନା ଦେଇଥିଲେ । ଟ୍ରାଫିକ ନିୟମ ଉଲଙ୍ଘନକାରୀ ଓ ନିଶା ସେବନକାରୀଙ୍କୁ ଚିହ୍ନଟ କରାଯାଇ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏହି ସମ୍ମିଳନରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
Prev Post
Next Post