କଟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି କଟକ ପୋତାପୋଖରୀ ଗାନ୍ଧୀ ପଲ୍ଲୀ ନିକଟରେ ଥିବା ଏକ ବସ୍ତିରେ । ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ ସିହ୍ନା ଏକ ଧାରୁଆ ଅସ୍ତ୍ରରେ ନିଜ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୁକ୍ତର ବାପା କହୁଛନ୍ତି । ଏପରିକି ଆକ୍ରମଣକାରୀ ସନ୍ତୋଷ ନିଜ ମାଙ୍କୁ ମଧ୍ୟ ହାଣିବାକୁ ପଛାଇନାହିଁ । ଏଭଳି ଲୋମ ଟାଙ୍କୁରା ଘଟଣା ପଛର କାରଣ କଣ ତାହା ଏବେ ବି ଅସ୍ପଷ୍ଟ ପୂର୍ବ ଶତ୍ରୁତାରୁ ଏହା ଘଟିଥାଏପାରେ ବୋଲି ପୋଲିସ କେବଳ ଅନୁମାନ କରୁଛି । ଆଜି ଦିନ ପ୍ରାୟ ସାଢେ ୧୧ ଟା ବେଳେ ନିଜ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ସନ୍ତୋଷ । ତା ପୂର୍ବରୁ ନିଜ ମା’ବିଜୁଳି ରାଣୀ ସିହ୍ନାଙ୍କୁ ମଧ୍ୟ ଆକ୍ରମଣ କରି ସେ ଲହୁ ଲୁହାଣ କରିଦେଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇଯାଇଛି ।