ଗୋଡ଼ଭଗା ବଜରଙ୍ଗ ଦଳ ଓ ଯୁବ ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଅଜଣା ମହିଳାଙ୍କୁ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗୋଡ଼ଭଗା ଫାଣ୍ଡି ନିକଟସ୍ଥ ରାସ୍ତା କଡରେ ଏକ ଅଜଣା ମହିଳା ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ବେଳେ ଗୋଡ଼ଭଗା ବଜରଙ୍ଗ ଦଳର ସଦସ୍ୟମାନେ ଉଠେଇ ଆଣି କଲେଜ ସାମ୍ନାର ଏକ ଚା’ ଦୋକାନଠାରେ ବସେଇ କିଛି ଖାଇବା ପାଇଁ ଦେଇଥିଲେ । ମହିଳାଙ୍କୁ ତାଙ୍କ ପରିଚୟ ପଚାରିବାରୁ କହିଥିଲେ ମୁଁ ଝରଣା ବାଦୀ, ମା’ ବିଶାକା ବାଦୀ, ଭାଇ ସଞ୍ଜୀବ ବାଦୀ, ମୁଁ ବିବାହିତ, ମୋର ପୁଅ ଟିଏ ଅଛି, ଘର ହେଉଛି ଧନୁପାଲି ଦୁର୍ଗାପୂଜା ହେଉଥିବା ପାଖରେ ଘର ଅଛି କହିଥିଲେ । ମୁଁ ୩ ଦିନ ହେବ କୌଣସି କାମ ପାଇଁ ଏପଟେ ସେପଟେ ଘୁରି ବୁଲୁଛି । ସୂଜନା ଅନୁସାରେ ମହିଳାକୁ ଜଣକ ଶୋଚନୀୟ ଅବସ୍ଥାରେ ୨/୩ ମାସ ହେବ ବାହାରେ ବୁଲୁଛନ୍ତି । ଏନେଇ ବଜରଙ୍ଗ ଦଳ ତରଫରୁ ଯୁବ ସାମ୍ବାଦିକ ତଥା ସମାଜସେବୀ ସୌମ୍ୟରଞ୍ଜନ ବେହେରାଙ୍କୁ ଫୋନ କରି ଡାକିଥିବା ବେଳେ ମହିଳା ଜଣଙ୍କର ଅସୁବିଧା ଜଣାଇଥିଲେ । ଏହାପରେ ସୂଚନା ପାଇ ସାମ୍ବାଦିକ ନିଜେ ୧୦୮ ଆମ୍ବୁଲାନ୍ସ ଡାକି ସଙ୍ଗେ ସଙ୍ଗେ ବରଗଡ଼ ଜିଲ୍ଲା ଖେଦାପାଳି ବଡ଼ ଡାକ୍ତରଖାନାକୁ ପଠେଇ ଦେଇଥିଲେ । ଡାକ୍ତର ଖାନାରେ ନିଷ୍ଠା ପରିବାର ଦ୍ଵାରା ଏବେ ମହିଳାଙ୍କର ଚିକିତ୍ସା କରାଯାଉଛି । ମହିଳାଙ୍କ ମୁଣ୍ଡ ପଛରେ ଖଣ୍ଡିଆ ହୋଇଥିଲା ଏବଂ ମହିଳାଙ୍କ ଚିକିତ୍ସା ପରେ ତାଙ୍କ ଘରେ ଛାଡି ଦେବା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.