jayashree

ମହିଳା ସଶକ୍ତିକରଣରେ ନ୍ୟାୟିକ କ୍ଷମତାକୁ ଅଗ୍ରାଧିକାର ଦେବା ବାଞ୍ଛନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ବିଜୁ ଲିଗାଲ ସେଲ୍ ଅବା ବିଜୁ ଆଇନ ସମ୍ମୁଖ୍ୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆଇନଜ୍ଞ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନାରୀ ନେତ୍ତୃତ୍ୱ ନେଇ ଏକ ଆଲୋଚନା ହୋଇଥିଲା । ମହିଳାମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ସାଂଗକୁ ମହିଳା ସଶକ୍ତିକରଣ ସହ ମହିଳାମାନଙ୍କୁ ନ୍ୟାୟିକ କ୍ଷମତା ପ୍ରଦାନରେ ଏବଂ ନ୍ୟାୟ ଓ ଆଇନ ସଚେତନତା ଦିଗରେ ସଂଶ୍ଳିଷ୍ଟ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଆଇନଜୀବୀ ଡ଼ଃ.ରାଜେନ୍ଦ୍ର ଦାଶ୍, ବ୍ରଜମୋହନ ଆଚାର୍ଯ୍ୟ, ରାମକୃଷ୍ଣ ଦାଶ୍, ସୁରେଶ ପଣ୍ଡା, ଡୋମିନାଥ ସାହୁ, କିଶୋର ସେନାପତି ପ୍ରମୁଖ ବହୁ ବରିଷ୍ଠ ଆଇନଜୀବୀ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ଧର୍ମାରେଡ୍ଡୀ, କାଳିଦାସ, ଅହିଭୂଷଣ ସାହୁ, ରୁଦ୍ରବେହେରା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ବାର-ଆସୋସିଏସନର ସାଧାରଣ ସମ୍ପାଦକ ଏଲ୍.ଗୋପାଳ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.