ls

ଜିଲ୍ଲା ତୈଳିକ ବୈଶ୍ୟ ସମାଜର ବଲାଙ୍ଗିର ମହିଳା ସଂଗଠନ ଗଠନ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ଏକ ବୈଠକ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାରେ ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାହୁ ଜିଲ୍ଲା ସ୍ତରୀୟ ନାରୀ ସଂଗଠନର ଉପଦେୟତା ଉପରେ ଆଲୋଚନା କରିଥିଲେ । ସାଂଗଠନିକ ସଂପାଦକ ବିକାଶ ରଂଜନ ସାହୁଙ୍କ ପରିଚାଳନାରେ ଏକ ମହିଳା ସଂଗଠନ ଗଠନ କରାଗଲା । ମହିଳା ସଂଗଠନର ସଭାପତି ଭାବରେ ଗୌରୀ ସାହୁ, ସ୍ୱିଟି ସାହୁ ଏବଂ ଝରଣା ସାହୁ ଉପସଭାପତି, ସସ୍ମିତା ସାହୁ ସାଂଗଠନିକ ସଭାପତି, ସବିତା ସାହୁ ସଂପାଦକ, ସୌଦାମିନି ସାହୁ ସହସଂପାଦକ, ମହାଶ୍ୱେତା ସାହୁ ସାଂଗଠନିକ ସଂପାଦକ ମନୋନିତ ହୋଇଥିଲେ । ତତ୍‌ ସଂଗେ ଆଉ ଆଠ ଜଣ କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋନିତ ହୋଇଥିଲେ । ଜ୍ୟୋତି ସାହୁ ସମାଜର ଉପାଦେୟତା ଉପରେ ମତ ରଖି ଥିଲେ । ଉକ୍ତ ସଭାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ କୃଷ୍ଣ ବିହାରୀ ସାହୁ, ଶରତ ଚନ୍ଦ୍ର ସାହୁ ତଥା ଅନ୍ୟମାନେ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.