ମହିଳାଙ୍କ ରକ୍ତ ଦାନ

କଣ୍ଟାବାଞ୍ଜି : ରକ୍ତ ଦାନ କରି ଜଣେ ମହିଳା ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଖବର ମିଳିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ କୁର୍ଲୁବାହାଲ ଗ୍ରାମର ସଙ୍ଗୀତା ଭୁଏ(ବି ପୋଜେଟିଭ୍‌) ନାମ୍ନୀ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ରକ୍ତର ଅଭାବ ରହିଥିବାରୁ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ । ଏହି ଖବର ଜାଣିବା ପରେ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରକୁ ଯାଇ କଣ୍ଟାବାଞ୍ଜି ୟୁଥ୍ ଏକ୍ସନ କମିଟିର ସଭାପତି ପିଣ୍ଟୁ ଭୋଇଙ୍କ ପତ୍ନୀ ତିଲୋତ୍ତମା ଭୋଇ ରକ୍ତଦାନ କରିଥିଲେ । ତିଲୋତ୍ତମାଙ୍କ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଇଥିବା ବେଳେ ରକ୍ତଦାନ ସମୟରେ ରକ୍ତଭଣ୍ଡାର ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା ଓ ରକ୍ତବୀର ସଂଗ୍ରାମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.