ମହିଳା ମହାବିଦ୍ୟାଳୟର ବାର୍ଷିକ ନାଟ୍ୟତ୍ସୋବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ ନାଟ୍ୟ‌‌‌ ମହୋତ୍ସବ କଲେଜ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ‘ଲରେଲାପା’ ଏବଂ ‘ଏ ଫୁଲ’ ନାଟକ ମଞ୍ଚସ୍ଥ ହୋଇଥିଲା । ପ୍ରଧ୍ୟାପକ ସନ୍ତୋଷ ପଣ୍ଡା ଓ ନକୁଳ ବାଦୀଙ୍କ ନିର୍ଦ୍ଦେଶନାରେ ନାଟକ ଦ୍ବୟରେ ସୁଶିଲ ପ୍ରଧାନ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ଏବଂ ମୁନୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସିନେ କଳାକାର ପ୍ରଦୀପ ଦେବତା, ଡଃ ସୁଜିତ୍ ପୃଷେଠ, ମୋହନ୍ ସାହୁ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଦିବ୍ୟ କିଶୋର ଦେବତା ଅତିଥି ଭାବେ ଯୋଗଦେଇ ଥିଲେ ।

Leave A Reply

Your email address will not be published.