ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାମାଜିକ ସଚେତନତା କାର୍ଯ୍ୟକ୍ରମ ଓ କ୍ରିୟାକଳାପ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ବୁଧବାର ଦିନ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ସାମାଜିକ ସଚେତନତା ଓ କ୍ରିୟାକଳାପ କାର୍ଯ୍ୟକ୍ରମ କରାଯାଇଛି । ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ମହାବିଦ୍ୟାଳୟ ଦ୍ୱାରା ସହରରରେ ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ ଅଧିନରେ ସ୍ୱଚ୍ଛତା, ପ୍ଲାଷ୍ଟିକ ଫ୍ରି, ପ୍ଲାଷ୍ଟିକ ଜିନିଷପତ୍ର ବର୍ଜନ, ସଫେଇ କାର୍ଯ୍ୟକ୍ରମ କରାଯାଇଛି । ସହରର ୱାର୍ଡ ନଂ.୧୧ ଦର୍ଲିପଡା, ଆର୍‌ଏମ୍‌ସି ବଜାରପଡା, ବଙ୍ଗୋମୁଣ୍ଡା ରେଳଫାଟକ ଅଂଚଳ, କଳିଙ୍ଗ ନଗର ଅଂଚଳରେ ବସବାସ କରିଥିବା ପଡାରେ ସଚେତନତା କାର୍ଯ୍ୟକ୍ରମ ସହିତ ସଫେଇ କାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.