ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିରର ବିଶ୍ୱ ମହିଳା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ପରିସରରେ ସମ୍ପାଦକ କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ଆରମ୍ଭରେ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା ପରେ ସଂଗଠନର ସହକାରୀ କୋଷାଧ୍ୟକ୍ଷ ମୀନାକ୍ଷୀ ସାଗର ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିବା ସହ ପରିଚୟ ପ୍ରଦାନ କରିଥିଲେ । ସଂପାଦକ ବିଶ୍ୱ ମହିଳା ଦିବସର ଇତିହାସ ଓ ତାତ୍ପର୍ଯ୍ୟ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସାମାଜିକ କର୍ମୀ ଉତ୍କଳ ପ୍ରାନ୍ତୀୟ ଶିକ୍ଷା ବିକାଶ ସମିତିର ପ୍ରଭାରୀ କବି ଓ ସୁସାହିତ୍ୟିକା ଆଦ୍ୟାଶକ୍ତି ନାରୀ ଶକ୍ତି ସଂଗଠନର ସଂପାଦକ କସ୍ତୁରୀ ରଥ ମୁଖ୍ୟ ଅତିଥି, ଇଷ୍ଟକୋଷ୍ଟ ରେଲୱେ ମହିଳା ସଂଗଠନ ବଲାଙ୍ଗିର ଶାଖାର ସଂପାଦିକା ଗୀତା ସିଂ ମୁଖ୍ୟବକ୍ତା ଓ ଦେଓଗାଁ ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସଂପାଦିକା ତଥା ଆଇନ ପରାମର୍ଶଦାତା ଜୟନ୍ତୀ ମିଶ୍ର ବରେଣ୍ୟ ଅତିଥି ରୂପେ ମଂଚାସୀନ ହୋଇଥିଲେ । ଅତିଥିମାନେ ବର୍ତ୍ତମାନ ସମୟରେ ନାରୀ ଜାତିର ବିଭିନ୍ନ ସମସ୍ୟା, ସାମାଜିକ ଓ ଘରୋଇ ହିଂସା, ସାମାଜିକ ଓ ବୃତ୍ତିଗତ ଅସମାନତା, କାର୍ଯ୍ୟକ୍ଷେତ୍ରରେ ଶୋଷଣ ଆଦି ଦିଗରେ ଆଲୋକପାତ କରିବା ସହିତ ଶିକ୍ଷା, ସଂସ୍କୃତି, କାର୍ଯ୍ୟଦକ୍ଷତା ଓ ସ୍ୱାବଲମ୍ବି ହିଁ ନାରୀକୁ ଆହୁରି ସଶକ୍ତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ରେଲୱେ ପରିବାରର ସୁଶ୍ରୀ ସୋନାଲି ସିଂ ସର୍ବଭାରତୀୟ ମେଡିକାଲ ପରୀକ୍ଷା ଉତ୍କର୍ଷତା ଲାଭ କରିଥିବାରୁ, ସୁଶ୍ରୀ ଅଭିପ୍‌ସା ପ୍ରୀୟଦର୍ଶିନୀ ରଣା ଯୁକ୍ତ ଦୁଇ ପରୀକ୍ଷାରେ ୮୯ ପ୍ରତିଶତ ରଖି ଉତ୍ତିର୍ଣ୍ଣ ହୋଇଥିବା ହେତୁ ଓ ସୁଶ୍ରୀ ପ୍ରିୟାଂଶା ସାହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶୀ ନୃତ୍ୟରେ ଖ୍ୟାତିଲାଭ କରିଥିବା ହେତୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । କେନ୍ଦ୍ରୀୟ ସଂଗଠନ ପଦାଧିକାରୀ କମ୍ରେଡ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ହୋଇ ଉତ୍ସାହିତ କରିଥିଲେ । ସହ-ସଂପାଦକ ଉଜ୍ୱଳ କୁମାର ସାହୁ, ସଭ୍ୟ ସରୋଜ କୁମାର ରଣା, ଲିଳାମୟ ସାହୁ, ଦିବାକର ସାହୁ, ଗୀତାଞ୍ଜଳି ଛତ୍ରିଆ, ରୀନୁ ଦେବତା ପ୍ରମୁଖ ସଭ୍ୟ ସଭ୍ୟାମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସାଂଗଠାନିକ ସଂପାଦକ ଉତ୍କଳ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.